ପ୍ରଶାସନ ଦ୍ବାରା କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ, ପୋଲିସ ସହ ଗ୍ରାମବାସୀ ଧସ୍ତାଧସ୍ତି...
ବ୍ରହ୍ମଗିରି,୧୫/୧୨: କେନାଲ ଖୋଳାକୁ ନେଇ ବିବାଦ । ଚଉଦ ମଉଜା କେନାଲ ଖୋଳାକୁ ନେଇ ବ୍ରହ୍ମଗିରିରେ ଉତ୍ତେଜନା । ପ୍ରଶାସନର କେନାଲ ଖୋଳାକୁ ବିରୋଧ କରିଛନ୍ତି ହରିଦାସ ଗାଁର ଗ୍ରାମବାସୀ ।
Ad..
କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଗ୍ରାମର ଲୋକେ । ଚାଷୀଙ୍କୁ ଡରାଇ ଧମକାଇ ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବା ବେଳେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
Ad..
ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୨୦ ପ୍ଲାଟୁନ ପୋଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି ।
ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରସାଶନର ଏଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନକରି ଏବେ ପ୍ରଶାସନ ବଳପ୍ରୟୋଗ କରି କେନାଲକୁ ଖୋଳୁଛି, ତାହା ଠିକ ନୁହଁ ବୋଲି କହିଛନ୍ତି ଅଞ୍ଚଳବାସିନ୍ଦା ।
Edited by k.s thakur...
Tags:
brahmagiri
latest news
latest update
odisha daily current affairs
odisha news
police
villagers



