ସଡ଼କ ଦୁର୍ଘଟଣା ରେ ଜଣେ ମୃତ, ତିନି ଜଣ ଗୁରୁତର...

ସଡ଼କ ଦୁର୍ଘଟଣା ରେ ଜଣେ ମୃତ, ତିନି ଜଣ ଗୁରୁତର...


ବଙ୍ଗୋମୁଣ୍ଡା,୧୬/୧୨ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଚାରି ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

    Ad..


ଭବାନୀପାଟଣା ରୁ ମୁନା ବଂଶଳ (୩୫) ଯୁବକ ଓ ନିଜ ବନ୍ଧୁ ଯୁବତୀ ଶିବାନୀ ରାଓ (୨୪) ସହ ନିଜ ବୁଲେଟ ଗାଡ଼ି ନମ୍ବର (ଓଡି ୦୮ ଜେଡ ୯୪୨୨ ) ଦୁହେଁ ମିଶି ତିଖାଳି ଡେମ ଙ୍କୁ ନୂଆବର୍ଷ ଉପଲକ୍ଷେ ବଣ ଭୋଜି କରିବା ପାଇଁ ଯାଇ ନିଜ ଘରକୁ ଫେରୁ ଥିବା ସମୟ ରେ...

Ad..


୧୬ ନମ୍ବର ରାଜ୍ୟ ରାଜପଥ ଜାମଖୁଣ୍ଟା ଛକ ଠାରେ ବାଇକ ଆରୋହୀ ଯୁବକ ମୁନା ବଂଶଳ,ଜାମଖୁଣ୍ଟା ଗାଁ ର ପିତାମ୍ବର ପୁଟେଲ ବୟସ (୫୦) ,ବେଣୁଧର ପୁଟେଲ ବୟସ (୩୦),ମାଧବ ପୁଟେଲ ବୟସ (୫୦) ,ପରଭା ପୁଟେଲ (୨୬) ଚାରି ଜଣ ମୁଖ୍ୟ ରାସ୍ତାରେ ଶୌଚ ପାଇଁ ଚାଲି ଚାଲି ଯାଉଥିବା ସମୟ ରେ ଦୃତ ଗତିରେ ଖରିଆର ପଟୁ ଆସୁଥିବା ବାଇକ ସମସ୍ତଙ୍କୁ ଧକ୍କା ଦେଇଥିଲା।

ଯାହା ଫଳରେ ପିତାମ୍ବର ପୁଟେଲଙ୍କ ଦୁର୍ଘଟଣା ସ୍ଥଳରେ  ମୃତ୍ୟୁ ଘଟିଥିଲା ଓ ଅନ୍ୟ ଚାରି ଜଣ ଗୁରୁତର ଥିବା ବେଳେ  ସ୍ଥାନୀୟ ଲୋକେ ଖବର ପାଇ ଏମ୍ବୁଲେନ୍ସ ଯୋଗେ ଖରିଆର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଥିଲା। 

ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବା ବେଳେ ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ନୂଆପଡା କୁ ନିଆଯାଇଥିବା ସୂଚନା ମିଳିଛି।ତେବେ ସ୍ଥାନୀୟ ଲୋକେ ଦୁର୍ଘଟଣା ଖବର ପାଇ କ୍ଷତି ପୂରଣ ପାଇଁ ରବିବାର ରାତି ଦଶ ଟା ପର୍ଯ୍ୟନ୍ତ ୧୬ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ।

ସୂଚନା ପାଇ ବଙ୍ଗୋମୁଣ୍ଡା ତହସିଲଦାର ଙ୍କ ନିର୍ଦେଶ କ୍ରମେ ନାଜିର ନାମକ ବ୍ୟକ୍ତି ଘଟଣା ସ୍ଥଳରେ ପହଁଞ୍ଚି ରେଡକ୍ରସ ଫଣ୍ଡ ରୁ ଦଶ ହଜାର ଟଙ୍କା ମୃତ ବ୍ୟକ୍ତି ଙ୍କ ପରିବାର କୁ ଚେକ ପ୍ରଦାନ କରିବା ପରେ ରାସ୍ତା ଅବରୋଧ ରୁ ହଟିଥିଲେ ଲୋକେ। 

ତେବେ ବାଇକ ଆରୋହୀ ଦୁର୍ଘଟଣା ଘଟିଲା ପରେ କୁଆଡେ ଫେରାର ମାରିଥିଲେ ତାହା ସିନ୍ଧେକେଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇ ଥିବା ଗାଡ଼ି କୁ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସିନ୍ଧେକେଲା ଥାନା ଅଧିକାରୀ ଫୁଲଜେନ ଲାକ୍ରା କହିଛନ୍ତି।




Edited by k.s thakur...

Post a Comment

Previous Post Next Post