ଅଞ୍ଚଳ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ...

ଅଞ୍ଚଳ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ...


ବରଗଡ଼,୨୯/୧୧(ବିଜୟ କୁମାର ସାହୁ): ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ପ୍ରଫେସର ଖଗେଶ୍ବର ଦାଶଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ବେଚ୍ଛାସେବୀଙ୍କ  ଅଧ୍ୟୟନ ତଥା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । 

Ad..


କାର୍ଯ୍ୟକ୍ରମରେ ପଦ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ୍ କ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିବା ସହିତ ଉଦ୍ଘାଟନୀ ସଭାରେ ବୃକ୍ଷରୋପଣ, ତାର ସୁରକ୍ଷା ଓ ଉପକାରିତା ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ।

        Ad..


ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବରଗଡ଼ ଜିଲ୍ଲା ଯୁବ ରେଡ୍ କ୍ରସ୍ ର ଜିଲ୍ଲା ସଂଯୋଜକ ଶ୍ରୀମାନ ପରମାନନ୍ଦ ରଥ ଏହି ତ୍ରିଦିବସୀୟ ଶିବିରରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ,ସଚେତନତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶିକ୍ଷାଦାନ ସଂପର୍କରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

Ad..


ସମ୍ମାନିତ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସମ୍ପାଦକ ଶ୍ରୀମାନ ଉମାକାନ୍ତ ନାଗ ଯୋଗଦାନ କରି ସାମାଜିକ ଗଣମାଧ୍ୟମର କୁ-ପ୍ରଭାବ, ପ୍ରତ୍ୟେକଙ୍କ ଭିତରେ ସେବା ମନୋଭାବ ରହିବା ସହ ସମାଜର ଉନ୍ନତି ପଥରେ ନିଜନିଜର ଅବଦାନ ରହିବା କଥା ବୋଲି ବକ୍ତବ୍ୟରେ କହିଥିଲେ। 

Ad..


କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଡ. ସରୋଜ କୁମାର ନାଏ । ଉଦ୍‌ଘାଟନୀ ସଭାରେ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସପଥ ପାଠ କରାଯାଇଥିଲା। ପରିଶେଷରେ ସଂଯୋଜିକା ଡ. ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକର ମହାବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ଅଞ୍ଚଳ ମହାବିଦ୍ୟାଳୟ ର ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରଭାତ କୁମାର ମହାପାତ୍ର, ନବକୃଷ୍ଣ ମିଶ୍ର, ସନ୍ତୋଷ କୁମାର ମିଶ୍ର, ତୁଷାରକାନ୍ତ ସାହୁ, ତା ପଣ୍ଡା, ଶର୍ମିଲା ପଣ୍ଡା, ଝୂନୁ ପରିଡ଼ା, ଡଃ ମାମତମୟୀ ଗୁରୁଙ୍କ ସମେତ ସମସ୍ତେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post