ପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟି ତରଫରୁ ପାଇକମାଳ ବ୍ଲକ୍ ଲୋକ ମହୋତ୍ସବ ଆୟୋଜନ...

ପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟି ତରଫରୁ ପାଇକମାଳ ବ୍ଲକ୍ ଲୋକ ମହୋତ୍ସବ ଆୟୋଜନ...


ବରଗଡ଼,୨୯/୧୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଦ୍ବାରା ଆହୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବ ଆନୁକୁଲ୍ୟରେ ପାଇକମାଳ ଠାରେ ବ୍ଲକ ସ୍ତରୀୟ ପାଇକମାଳ ଲୋକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। 

      Ad..


ବୋଡା ସମ୍ବର ଅଞ୍ଚଳ ର କଳା ଓ କଳାକାର ଙ୍କୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ପଦ୍ମପୁର ଲୋକ ମହୋତ୍ସବ ଦ୍ବାରା  କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇଛି।         Ad..


ପାଇକମାଳ ଗ୍ରାମାଞ୍ଚଳ ର ସମସ୍ତ କଳାକାର ମାନଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଳାକାର ଙ୍କ ସମେତ ଲୁପ୍ତପ୍ରାୟ କଳାକାର ମାନଙ୍କୁ ଉତଜିବିତ କରି ରଖିବା ପାଇଁ ପ୍ରୟାସ ରେ ବିଭିନ୍ନ  କଳା ପ୍ରଦର୍ଶନ କରୁଥିବା ୩୪ ଗୋଟି ସାଂସ୍କୃତିକ ଦଳର ୨୭୬ ଜଣ ବରିଷ୍ଠ ଓ କନିଷ୍ଠ ମହିଳା ଓ ପୁରୁଷ କଳାକାର ଅଭିନୟ ପ୍ରଦାନ କରି ଯୋଗଦାନ ଦେଇଥିଲେ। 

Ad..


ଏହି ଅବସରରେ ବିଭିନ୍ନ କଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରଗଣ ଙ୍କୁ ମହୋତ୍ସବ ପାଳନ ତରଫରୁ ମାନପତ୍ର ପ୍ରଦାନ କରିଥିଲେ। ପାଇକମାଳ ଦୂର୍ଗା ମନ୍ଦିର ସମ୍ମୁଖରେ ସମସ୍ତ କଳାକାର ଓ ମହୋତ୍ସବ ପାଳନ କମିଟି ର ସଦସ୍ୟ...

Ad..


ପଦ୍ମପୁର ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର, ଉପସଭାପତି ନରେଶ ସୁନ୍ଦର ସାହୁ, ପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟି ର ଆବାହକ ପ୍ରମୁଖ ଯୋଗଦାନ ଦେଇ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରା ରେ ବାହାରି ମହୋତ୍ସବ ପାଳନ ସ୍ଥାନ ରେ ପହଞ୍ଚି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। 

ଏହି ମହୋତ୍ସବ ରେ ଅତିଥି ଭାବରେ ପଦ୍ମପୁର ବୁଢ଼ା ସମ୍ବର ଜମିଦାର ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସି ବରିହା, ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ସମେତ ପାଇକମାଳ ର ବିଶିଷ୍ଟ କଳାକାର ଚିତ୍ତରଞ୍ଜନ ସରାଫ, ପ୍ରେମ ସାଗର ଫୈଜଦାର, ତ୍ରିଲୋଚନ ମେହେର, ସରୋଜ ସାମଲ...

ଗୋବର୍ଦ୍ଧନ ଅଗ୍ରୱାଲ, କେ ରଞ୍ଜନ ପ୍ରଧାନ,ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କଳାକାର ରମେଶ ଗୁର୍ଲା, ପ୍ରମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନାଟ୍ୟକାର ଅଶୋକ ବହିଦାର ଓ ଲଲିତ ଜଗତ ଅତିଥି ସହ ମଞ୍ଚ ପରିଚାଳନା କରିଥିଲେ। ବିଶିଷ୍ଟ କଳାକାର ଲଲିତ ଜଗତ ଅପରାହ୍ନ ରେ ସମସ୍ତେ କଳାକାର ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post