ତାଳଚେରରେ ବିଜେପିର ଅପରେସନ ଲୋଟସ; ପଦ୍ମ ଧରିଲେ ପୌରାଧ୍ୟକ୍ଷ ଓ ୧୩ କାଉନସିଲର...
ଭୁବନେଶ୍ଵର,୨୮/୧୧ : ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ।
Ad..
ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପବିତ୍ରଙ୍କ ସମେତ ୧୩ କାଉନସିଲର।
Ad..
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ବିଜେପି ସାଂସଦ ରୁଦ୍ର ପାଣିଙ୍କ ଉପସ୍ଥିତିରେ ତାଳଚେର ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।
Ad..
ବିଜେପିର ଦଳୀୟ ନେତୃବୃନ୍ଦ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ବିଜେପି ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।
Ad..
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ ହେଉଛନ୍ତି । ବିଜେପିରେ ସେମାନଙ୍କ ଯୋଗଦାନ ତାଳଚେରରେ ବିଜେପି ସଙ୍ଗଠନକୁ ଆହୁରି ମଜବୁତ କରୁଛି ।
Edited by k.s thakur...
Tags:
Bhubaneswar
BJP
joining
latest news
latest update
odisha daily current affairs
odisha news
state party office
talcher





