ପଦମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ...
ବରଗଡ଼/ପଦମପୁର,୨୮/୧୧(ବିଜୟ କୁମାର ସାହୁ): ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆୟୋଜିତ ଓଡିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯ ଜଣ ଲୋକ ସମ୍ପକ ଅଧିକାରୀଙ୍କୁ...
Ad..
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ଆଜି ପଦମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ସନତ ପାଢ଼ି ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି।
Ad..
ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଭିଏସଏସ ନଗରର ନିବାସୀ ଶ୍ରୀ ପାଢ଼ି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓଡ଼ିଶା, କୋରାପୁଟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ଡିଗ୍ରୀ ହାସଲ କରିବା ପରେ ଆଇଆଇ ଏମସି ଢେଙ୍କାନାଳ, ଆମିଟି ୟୁନିଭର୍ସିଟି ଏବଂ ଅଡିଶା ଲାଇଭ ଭଳି ବିଭିନ୍ନ ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ ଅଭିଜ୍ଞତା ରହିଛି।
Ad..
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସ୍ୱାଗତ କରିବା ସହ ତାଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିବା ବେଳେ ନିଜ ପୂର୍ବ ଅଭିଜ୍ଞତାକୁ ଆଧାର କରି ସଠିକ ଭାବ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା...
Ad..
ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ସୁସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ପାଢ଼ୀ ନିଜ ମତ ରଖିଛନ୍ତି ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
padamapur





