ମାସ ମାସ ଧରି ସଫା ହେଉନାହିଁ ନାଲ ନର୍ଦ୍ଦମା, ମସା ପାଇଁ ଅନେକ ରୋଗ ହେବାର ସମ୍ଭାବନା...

ମାସ ମାସ ଧରି ସଫା ହେଉନାହିଁ ନାଲ ନର୍ଦ୍ଦମା, ମସା ପାଇଁ ଅନେକ ରୋଗ ହେବାର ସମ୍ଭାବନା...


କଣ୍ଟାବାଞ୍ଜି,୧୮/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଅନେକ ସ୍ଥାନ ଅଛି ଯେଉଁଠି ମାସ ମାସ ଧରି ସଫା ହେଉନାହିଁ ନାଲ ନର୍ଦ୍ଦମା। ଯେଉଁଥି ପାଇଁ ଅନେକ ପ୍ରକାରର ମସା ଯୋଗୁଁ ଲୋକେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। 

Ad..


ସ୍ଥାନୀୟ ୱାର୍ଡ ନମ୍ବର ୧ ଗୋପବନ୍ଧୁ ନଗରରେ ପଡ଼ା ଭିତରକୁ ଯିବା ରାସ୍ତା ରେ ଥିବା ନାଲ ଅନେକ ମାସରୁ ସଫା ହୋଇନ୍ ଥିବା ଅଭିଯୋଗ କରିଛନ୍ତି ପଡ଼ା ବାସିନ୍ଦା। 

        Ad..


ଏନ୍ ଏ ସି କତୃପକ୍ଷଙ୍କୁ ଅନେକ ଥର କୁହା ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ପଦକ୍ଷେପ ନିଆନ୍ ଯାଇଥିବା କହିଛନ୍ତି ଗୋପବନ୍ଧୁ ନଗର ପଡ଼ା ବାସିନ୍ଦା। ତେବେ ଏହି ନାଲ ସଫା କରା ନ ଯିବାରୁ ଅନେକ ପ୍ରକାରର ମସା ହେବା ସହ ଦୁର୍ଗନ୍ଧ ରେ ନାକ ଫାଟି ପଡୁଛି।

Ad..


ମସା ଯୋଗୁଁ ଲୋକେ ଅନେକ ପ୍ରକାରର ରୋଗରେ ମଧ୍ୟ  ଅନେକ ଥର ଆକ୍ରାନ୍ତ ହୋଇଥିବା କଥା ଜଣାପଡିଛି। ତେବେ ଗୋପବନ୍ଧୁ ନଗର ପଡ଼ା ବାସିନ୍ଦା ସ୍ଥାନୀୟ ନଗରପାଲ ଓ ଇଓ ଙ୍କୁ ଅନୁରୋଧ କରିଛନ୍ତି ଯେ ଯଥାଶୀଘ୍ର ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ଲୋକଙ୍କ ହିତ୍ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 

Ad..


ତେବେ ଏହି ବିଷୟକୁ ନେଇ ଏନ୍ ଏ ସି ର କୌଣସି କତୃପକ୍ଷ କିମ୍ବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।




Edited by k.s thakur...

Post a Comment

Previous Post Next Post