ସାଗୁନଭାଡ଼ି ରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ଯାଦବ ଶୌର୍ଯ୍ୟ ଦିବସ ପାଳିତ -ଅହିର ରେଜିମେଣ୍ଟ ପାଇଁ କଲେ ଦାବି...
ବଙ୍ଗୋମୁଣ୍ଡା,୧୮/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର ପଞ୍ଚାୟତ ସ୍ଥିତ ସାଗୁନଭାଡି ଗ୍ରାମ ରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ଯାଦବ ଶୌର୍ଯ୍ୟ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି।
Ad..
ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମେ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ର ସଭାପତି ର ଯୋଗେନ୍ଦ୍ର ବଚ୍ଛା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ...
Ad..
ମୁଖ୍ୟବକ୍ତା ଭାବେ ଯାଦବ ବୁଦ୍ଧିଜୀବୀ ମଞ୍ଚ ରାଜ୍ୟ ଆବାହକ ଧବଳେଶ୍ବର ବାଗ,ସମ୍ମାନୀୟ ଅତିଥି ଭାବେ ମୁରିବାହାଲ ବ୍ଲକ ଯାଦବ ମହାସଭା ର ସଭାପତି ଗଙ୍ଗାଧର ହେର୍ଣ୍ଣା,ଟିଟିଲାଗଡ଼ ନଗର ଯାଦବ ମହାସଭା ର ସଭାପତି କୁନା ଭାଟି, ଚାନ୍ଦୋତରା ପଂଚାୟତ ସରପଞ୍ଚ ଜିତେନ ବଚ୍ଛା,ଝରିଆଲ ପଞ୍ଚାୟତ ସରପଞ୍ଚ ଭରଦ୍ୱାଜ ଗହିର...
Ad..
ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭା ର ସଭାପତି ଘନଶ୍ୟାମ ମନହୀରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅହିର ରେଜିମେଣ୍ଟ ପାଇଁ ଅତିଥି ମାନେ ଦାବି କରିଥିଲେ। ପୂଣ୍ୟ ଭାରତ ଭୂମିରେ ଯାଦବ ବୀର ପୁରୁଷ ଅନେକ ଯୁଦ୍ଧ ଲଢିଛନ୍ତି ।
Ad..
ଦ୍ବାପର ଯୁଗରେ ମହାଭାରତ ଠାରୁ ଆରମ୍ଭ କରି ସମ୍ରାଟ ଅଶୋକ କଲିଙ୍ଗ ଯୁଦ୍ଧ ପର୍ଯ୍ୟନ୍ତ, ସମ୍ରାଟ ଖାରବେଳଙ୍କ ଯୁଦ୍ଧ ପରି ଅନେକ ଗାଥା ଅଛି। ସେଥିମଧ୍ୟରୁ ଲଦାଖ ସ୍ଥିତ ରେଜାଙ୍ଗଲା ଘାଟିର ଯୁଦ୍ଧ ଅନ୍ୟତମ, ଅବିସ୍ମରଣୀୟ। ଯୁଦ୍ଧରେ ରେଜାଙ୍ଗଲା ଘାଟିକୁ ୧୨୦ ବୀର ଅହୀର ସୈନିକ ବିରପୁତ୍ର ସହିଦହୋଇଥିଲେ।
ଜୀବନ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସାହସ, ସମର୍ପଣ, ସାମର୍ଥ୍ୟ ଦେଖାଇ ପାଖାପାଖି ୨୦୦୦ ଠାରୁ ଅଧିକ ଚୀନ ସୈନ୍ୟକୁ ଭାରତ ସୀମାକୁ ପ୍ରବେଶ କରିବାକୁ ଦେଇନଥିଲେ । ଯାହା ଏକ ଅବିସ୍ମରଣୀୟ ଇତିହାସ ସୃଷ୍ଟି କରିଛି।
କିନ୍ତୁ କ୍ଷୋଭର ବିଷୟ ଯେ ଭାରତ ଇତିହାସକାର ମାନେ ଯାଦବ ମାନଙ୍କୁ କୌଣସି କ୍ଷେତ୍ରରେ ବିଶିଷ୍ଠ ଗୁରୁତ୍ଵ ନଦେଇ ସେନା କ୍ଷେତ୍ରରେ ମଧ୍ୟ ଅବହେଲା କରାଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସର ରେ ସାଗୁନଭାଡ଼ି ଗାଁର ଅବସରପ୍ରାପ୍ତ ସୈନିକ ଉମାଶଙ୍କର ଘିଭେଲା,କଟାଡୁଙ୍ଗରି ଗାଁ ର ଅବସରପ୍ରାପ୍ତ ପୋଲିସ କମାଣ୍ଡିଆନ ଲକ୍ଷ୍ମଣ ବାଗ ଙ୍କୁ ମାନପତ୍ର ଓ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ର ସାଧାରଣ ସମ୍ପାଦକ ମୁନିରାମ ନାଗ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିନୋଦ ବାଗ ,ପ୍ରତାପ ଭାଟୀ , ପରମେଶ୍ବର ନାଗ, ଧନସିଂ ନାଗ ,ହୁଲେଶ୍ବର ହଂସ,ପବିତ୍ର ପୋଢ,ନିଲାଞ୍ଚଳ ବଛା ,ମିନିକେତନ ନାଗ ,ଅର୍ଦ୍ଧେନ୍ଦୁ ଦାସ ଯାଦବ ସହ ଅନ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...





