ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ କଣ୍ଟାବାଞ୍ଜି ପୋଲିସ ଦ୍ବାରା ଉଦ୍ଧାର...
କଣ୍ଟାବାଞ୍ଜି,୧୯/୧୧ : ବେଆଇନ ଦାଦନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।ଦାଦନ ଋତୁ ରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନେ ପେଟ ପୋଷିବା ପାଇଁ ଦାଦନ ଖଟି ଅନ୍ୟ ସ୍ଥାନ ଓ ଅନ୍ୟ ରାଜ୍ୟ କୁ ଯାଆନ୍ତି।
Ad..
ହେଲେ ବେଆଇନ ଦାଦନ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ପୋଲିସର ସ୍ୱତନ୍ତ୍ର ଟିମର ଅଧିକାରୀ ପଞ୍ଚାନନ୍ଦ ନେଗୀ ସହ ଗୋଟିଏ ଟିମ୍ ୮ ଜଣ ଦାଦନ ଶ୍ରମିକ ସହ ୫ ଛୋଟ ଛୁଆଙ୍କୁ ଉଦ୍ଧାର କରିଛି।
Ad..
ତେବେ କଣ୍ଟାବାଞ୍ଜି ରେଳଷ୍ଟେସନ୍ ନିକଟରୁ ଏହି ମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି। ଶ୍ରମିକ ମାନେ ସର୍ଦ୍ଦାରଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ହାଇଦ୍ରାବାଦକୁ ଇଟା ଗଢିବା ପାଇଁ ଯିବା ଯୋଜନା କରିଥିଲେ।
Ad..
ଉଦ୍ଧାର ଦାଦନ ଶ୍ରମିକ ମାନେ ମୁରିବାହାଲ ଥାନା ସରଗୁଲ ଓ ପାଟଣାଗଡ ଥାନା ଖଲିପତର ଅଞ୍ଚଳର ବୋଲି ଜଣାପଡିଛି ।ଏହି ଘଟଣାରେ ପୋଲିସ ଗୋଟିଏ ମାମଲା ୪୧୨/୨୦୨୫ ରୁଜୁ କରି ଦାଦନଙ୍କ ସହ ଉପସ୍ଥିତ ସର୍ଦ୍ଦାର ସୁଶୀଲ ବେଣ୍ଟକାରକୁ ଗିରଫ କରି ଅଧିକ ତଦନ୍ତ କରିବା ସହ କୋର୍ଟ ଚାଲାଣ କରିଛି।
Ad..
Edited by k.s thakur...
Tags:
inlegal migration
kantabanji
latest news
latest update
odisha daily current affairs
odisha news
police
rescued





