ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ରେ ତାଲ ଟ୍ରାୟୋ ଗ୍ରୁପ କଳାକାର ସମ୍ବର୍ଦ୍ଧିତ...
କଣ୍ଟାବାଞ୍ଜି,୦୭/୧୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଅନୁଷ୍ଠିତ ୩୯ ତମ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି।
Ad..
ଏହି ଅବସରରେ ବିଶେଷ ଆକର୍ଷଣ ଭାବେ ପଶ୍ଚିମ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତାଲ ଟ୍ରାୟୋ ଗ୍ରୁପ କଳାକାର ପ୍ରାଚି ପାଣିଗ୍ରାହୀ, କଳ୍ପନା ବ୍ୟାସ,ରୁପାଲି ବ୍ୟାସ ତାଙ୍କ ସାଥିଙ୍କ ସହ ପଶ୍ଚିମ ଓଡ଼ିଶାର ସୁପରିଚିତ ଗୀତ ରେ ଏହି ଯୁବ କଳାକାର ମାନଙ୍କର ନୃତ୍ୟରେ ମଞ୍ଚ ଦୁଲକି ଉଠିଥିବା ବେଳେ ହଜାର ହଜାର ଦର୍ଶକ ମାନେ ଝୁମି ଉଠିଥିଲେ।
Ad..
କମ ସମୟ ମଧ୍ୟରେ ଏହି ଯୁବ କଳାକାର ମାନେ କେବଳ ଯେ ପଶ୍ଚିମ ଓଡ଼ିଶାରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ନୁହେଁ। ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ମଞ୍ଚରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।
Ad..
କଂସ ମହାରାଜଙ୍କ ରାଜଦରବାରରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବାରୁ ତାଙ୍କ ନୃତ୍ୟରେ କଂସ ମହାରାଜ ଖୁସି ହୋଇ ରାଜଦରବାର ରେ ତାଲ ଟ୍ରାୟୋ ଗ୍ରୁପ ର କଳାକାର ପ୍ରାଚି ପାଣିଗ୍ରାହୀ, କଳ୍ପନା ବ୍ୟାସ,ରୁପାଲି ବ୍ୟାସ ଓ ତାଙ୍କ ସାଥିଙ୍କୁ ମାନପତ୍ର ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
Ad..
Edited by k.s thakur...
Tags:
bangomunda
dhanu jatra 2025
kantabanji
latest news
latest update
odisha daily current affairs
odisha news





