ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ"ର ୧୫୦ତମ ବାର୍ଷିକ ଉତ୍ସବ ପାଳିତ...

ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ"ର ୧୫୦ତମ ବାର୍ଷିକ ଉତ୍ସବ ପାଳିତ...


କଣ୍ଟାବାଞ୍ଜି,୦୭/୧୧ : ଆଜି କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ "ର 150 ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି। Ad..
ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ସମସ୍ତ ଛାତ୍ରୀ ଉପସ୍ଥିତ ରହି ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାୟୀ 9-35 ଟା ସମୟରେ ସାମୁହିକ ଭାବରେ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ "ଗାନ କରିଥିଲେ। 

       Ad..


ରାଷ୍ଟ୍ରୀୟ ଗୀତ ଗାନ କରିବା ପୂର୍ବରୁ ମହାବିଦ୍ୟାଳୟ ଛାତ୍ରୀ ମାନେ ସଭାଗୃହ ରେ ଏକତ୍ରିତ ହେବା ପରେ ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ" ର ଇତିହାସ,ରଚୟିତା ତଥା ଗୀତ ର ମହତ୍ତ୍ୱ ବିଷୟରେ ସମ୍ଭୋଦିତ କରିଥିଲେ। 

Ad..


୧୮୭୫ ମସିହାରେ ସଂସ୍କୃତ ଓ ବଙ୍ଗାଳି ମିଳିତ ଭାଷାରେ ଶ୍ରୀ ବଂକିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ଦ୍ୱାରା ରଚିତ ପୁସ୍ତକ ଆନନ୍ଦମଠ ରୁ ଏହା ସଂଯୋଜିତ ହୋଇଥିଲା କିନ୍ତୁ ଏହା ୧୮୮୨ ମସିହାରେ ପ୍ରକାଶିତ ହୋଇଥିଲା।

Ad..


ବନ୍ଦେ ମାତରମ ଶବ୍ଦ କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନେ ସଠିକ ପ୍ରୋୟୋଗ କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଜନ ମାନସରେ ଜାତୀୟତବାଦ ର ଅପୂର୍ବ ବିଚାର ଭରି ଦେଇଥିଲେ। ଯାହା ପରବର୍ତ୍ତୀ ସମୟରେ ଭାରତକୁ ସ୍ୱାଧୀନତା ଦେବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲା।

Ad..


ପରିଶେଷରେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଏହି ଗୀତକୁ ଜାତୀୟ ଗୀତ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଥିଲା ବୋଲି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପୁରୋହିତ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ଗୀତ ରଚନାର ୧୫୦ତମ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଭାରତୀୟ ସରକାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ଛାତ୍ରୀମାନେ LED ମାଧ୍ୟମରେ ଉପଭୋଗ କରିବା ସହିତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ କୁ ମଧ୍ୟ ଧ୍ୟାନରସହ ଶୁଣିଥିଲେ।

ପରିଶେଷରେ ଅଧକ୍ଷ ସବୁ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନଙ୍କର ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିବା ହେତୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥଲେ।




Edited by k.s thakur...

Post a Comment

Previous Post Next Post