ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଜଗତ-ଅଧ୍ୟୟନ ଏବଂ ଆତ୍ମ-ଅଧ୍ୟୟନ ଉପରେ ବ୍ୟାଖ୍ୟାନ...
ପଦ୍ମପୁର,୦୬/୧୧(ବିଜୟ କୁମାର ସାହୁ): ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ “Exploring the Wonders of the Cosmos: Space, Astronomy & STEM Education” ବିଷୟରେ ଏକ ବିଶେଷ ଆମନ୍ତ୍ରିତ ବ୍ୟାଖ୍ୟାନ ଆୟୋଜିତ ହୋଇଅଛି।
Ad..
ମହାବିଦ୍ୟାଳୟର ଭୌତିକ ବିଜ୍ଞାନ ବିଭାଗ, ଗଣିତ ବିଭାଗ ଓ IQAC ର ଯୁକ୍ତ ଉଦ୍ୟମରେ ଏହି କାର୍ଯ୍ୟକ୍ରମଟି ସମ୍ମିଳିତ ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
Ad..
ଶ୍ରୀ ଦାଶ ଅତିଥିଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଏପରି ଉତ୍ସାହଜନକ ବିଜ୍ଞାନ ଭିତ୍ତିକ ଆଲୋଚନାରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ।
Ad..
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ପ୍ୟାସିଫିକ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କସ୍ମୋଲୋଜି ଏଣ୍ଡ ସେଲ୍ଫୋଲୋଜି (PICS) ର ସଂସ୍ଥାପକ ନିର୍ଦ୍ଦେଶକ ଏବଂ ପ୍ରଫେସର ଡ଼ଃ ଶିବେଶ କୁମାର ଜାସ୍ ପ୍ୟାସିଫିକ୍ ଯୋଗ ଦେଇଥିଲେ। ସେ କସ୍ମୋସ୍, ଖଗୋଳ ବିଜ୍ଞାନ, ଅନ୍ତରିକ୍ଷ ବିଜ୍ଞାନ ଏବଂ STEM ଶିକ୍ଷା ବିଷୟରେ ଜ୍ଞାନ ବର୍ଦ୍ଧକ ଓ ଚିନ୍ତନ–ପ୍ରେରଣାଦାୟୀ ବକ୍ତବ୍ୟ ରଖଥିଲେ।
Ad..
ପ୍ରଫେସର କୁମାର ବ୍ରହ୍ମାଣ୍ଡକୁ ବୁଝିବା ସହିତ ସ୍ୱୟଂକୁ ବୁଝିବାର ମହତ୍ତ୍ୱ ବ୍ୟାଖ୍ୟା କରିଥିଲେ। ବିଜ୍ଞାନ, ଭୂଗୋଳ, ଶିକ୍ଷା, ମନୋବିଜ୍ଞାନ ଓ ଦର୍ଶନର ଦୃଷ୍ଟାନ୍ତ ଦେଇ ସେ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱାସ, ଆତ୍ମଚେତନା ଓ ସୃଜନଶୀଳ ଚିନ୍ତାଧାରା ଜାଗ୍ରତ ପାଇଁ ଉତ୍ସାହିତ କରିଥିଲେ।
Ad..
କାର୍ଯ୍ୟକ୍ରମର ସଂଯୋଜନା ଭୌତିକ ବିଭାଗର ବିଭାଗ ମୁଖ୍ୟ ଶ୍ରୀ ଓମ୍ ପ୍ରକାଶ ସତନାମୀ ଙ୍କ ଦ୍ୱାରା କରାଯାଇଥିଲା। ଗଣିତ ବିଭାଗର ବିଭାଗ ମୁଖ୍ୟ ଶ୍ରୀମତୀ ଝୁନୁ ପରିଡ଼ା ଅତିଥି ପରିଚୟ କରାଇଥିଲେ। କାର୍ଯ୍ୟକ୍ରମର ଶେଷରେ IQAC ସଂଯୋଜକ ଶ୍ରୀ ନବକୃଷ୍ଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
ଡଃ ବାଞ୍ଛାନିଧି ପଣ୍ଡା, ଡଃ ତୁଷାରକାନ୍ତ ସାହୁ, ବାଲଗୋପାଳ ମେହେର, ଶ୍ରୀମତୀ ମୋନାଲିସା ସ୍ୱାଇଁ, ବୁନୀ ସାହୁ, ନିକିତା ଭୋଇ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ-ପ୍ରାଧ୍ୟାପିକା, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
padamapur






