ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ...
ନୂଆପଡ଼ା,୦୬/୧୧ : ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ନୂଆପଡା ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ମଇଦାନ ସେତେ ସରଗରମ ହେଉଛି ।
Ad..
ଏହାରି ମଧ୍ୟରେ ନୂଆପଡ଼ାରେ ଜୟଙ୍କ ପାଇଁ ଭୋଟ୍ ମାଗିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ପଞ୍ଚମପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଷ୍ଣୁଦେବ ସାଏ।
Ad..
ଏହି ଅବସରରେ ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କଲେ ବିଷ୍ଣୁଦେବ ସାଏ । ସେ କହିଛନ୍ତି କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି । ଏବେ ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ । ବର୍ତ୍ତମାନର ବିଜେପି ସରକାରଙ୍କୁ ମଧ୍ୟ ଦେଖୁଛନ୍ତି ।
Ad..
ଆମ ଦଳ ହେଉଛି ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ । ୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି । କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ବିଜେପିରେ ଏହି ପରମ୍ପରା ନାହିଁ।
Ad..
ସୂଚନା ଯୋଗ୍ୟ; ନୂଆପଡା ଉପନିର୍ବାଚନର ପ୍ରଚାର ଭିତରେ ଜୋର ଧରିଛି ଆରୋପ- ପ୍ରତ୍ୟାରୋପ ରାଜନୀତି । ଆଜି ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ୍ ମାଗିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।
Ad..
ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।
Edited by k.s thakur...
Tags:
chhattisgarh
cm Vishnu dev Shai
latest news
latest update
nuapada
nuapada by election
odisha daily current affairs
odisha news
public meeting






