ନୂଆପଡ଼ା ଉପନିର୍ବାଚନ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍ ଶୋ’...
ନୂଆପଡ଼ା,୦୬/୧୧ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍ ଶୋ’। ଉଦ୍ୟାନବନ୍ଧରୁ ରୋଡ୍ ଶୋ’ରେ ଯାଇ ସଭାମଞ୍ଚରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ।
Ad..
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ କୋମନାରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ବିରାଟ ରୋଡ୍ ଶୋ’ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଉତ୍ସାହିତ ନୂଆପଡ଼ାବାସୀ।
Ad..
ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୋହନ ଚରଣ ମାଝୀ କହିଛନ୍ତ ନୂଆପଡ଼ାର ବିକାଶ ପାଇଁ ଆସିଛି ।
Ad..
ଜୟ ଢୋଲକିଆ ନିର୍ବାଚନରେ ବିଜୟୀ ହେଲେ ଦାବି ଉପସ୍ଥାପନ କରିପାରିବେ ।ଏହି ରୋଡ୍ ଶୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ...
Ad..
କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ ଭିଡ଼ ରହିଛି।
Ad..
ଏହାପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ନୂଆପଡ଼ା ବ୍ଲକ୍ରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି।
Edited by k.s thakur...
Tags:
cm mohan Majhi
Jai dholakia
latest news
latest update
nuapada
nuapada by election
odisha daily current affairs
odisha news
road show






