ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର...

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର...


ନୂଆପଡ଼ା,୦୬/୧୧ : ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ କରୁଛନ୍ତି । ଏହା ସାଙ୍ଗକୁ ହେଭିଓ୍ବେଟ୍‌ ନେତାଙ୍କୁ ମଇଦାନକୁ ଓହ୍ଲାଇ ଭୋଟ୍ ହାତେଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ।

Ad..


ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ, ଉପନିର୍ବାଚନ ନିମନ୍ତେ କଂଗ୍ରେସର ଇସ୍ତାହାର ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ...

        Ad..


ସାଂସଦ  ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପୁର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନୂଆପଡ଼ା ଜିଲ୍ଲାର ବିକାଶ ତଥା ବର୍ଷ ବର୍ଷ ଧରି ପ୍ରତାରିତ ହେଉଥିବା ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି।

Ad..


ରାଜ୍ୟର ଶାସକ ଏବେ ମୁଖ୍ୟ ବିରୋଧୀ ଦଳ ଦ୍ବାରା ନୂଆପଡ଼ା ଜିଲ୍ଲାକୁ ସବୁବେଳେ ଉପେକ୍ଷା କରାଯାଇଛି। ଲୋକଙ୍କ ସାଧାରଣ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ନାହିଁ। ଏହି ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ କଂଗ୍ରେସ ପ୍ରତିବଦ୍ଧ।

Ad..


ପ୍ରତାରଣାରୁ ମୁକ୍ତି ପାଇବା ସହ ବିକାଶ ଓ ନ୍ୟାୟ ପଥରେ ଆଗେଇବା ପାଇଁ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ  କରାଯାଇଛି।

Ad..


ଇସ୍ତାହାରରେ ନୂଆପଡ଼ା ପାଇଁ କଂଗ୍ରେସର ଅବଦାନ, କ’ଣ ପ୍ରତିକାରର ଆବଶ୍ୟକତା ଅଛି ତାକୁ ସ୍ଥାନ ଦିଆଯାଇଛି । ଦୀର୍ଘ ୪୦ ବର୍ଷ ରାଜନୈତିକ ଜୀବନରେ ସାଲିସ ମାଲିସ ବିହୀନ ସଂଗ୍ରାମ କରିଥିବା ଘାସିରାମ ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି । ଇସ୍ତାହାରରେ କୃଷିର ଉନ୍ନତିକରଣ, ଦାଦନ ରୋକିବା ସହ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ନୂଆପଡ଼ାର ୬୦ ଭାଗ ଜମିକୁ ଜଳସେଚନର ବ୍ୟବସ୍ଥା, ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀ ମାନଙ୍କୁ ଜମି ଅଧିକାର ଦେବା, ସବୁ ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରିବା, ହସ୍ପିଟାଲ ଗୁଡିକରେ ଡାକ୍ତର ନିଯୁକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଇସ୍ତାହାରରେ ଉଲ୍ଲେଖ କରାଯାଇଛି।

ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ୍ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬୦ ପ୍ରତିଶତ ଜମିରେ ଜଳସେଚନ ପ୍ରତିଶ୍ରୁତି । ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଅଧିକାର ସହ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଡାକ୍ତର ପଦବୀ ପୂରଣ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଇସ୍ତାହାରରେ  କଂଗ୍ରେସ ଉଲ୍ଲେଖ କରିଛି ।




Edited by k.s thakur...

Post a Comment

Previous Post Next Post