ସମ୍ଭାବ୍ୟ ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର: ସୁରେଶ ପୂଜାରୀ...
ଭୁବନେଶ୍ଵର,୨୪/୧୧ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
Ad..
ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି।୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟ ପ୍ରସ୍ତୁତି କରାଯିବ।
Ad..
ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶା ଅପେକ୍ଷା ତାମିଲନାଡୁରେ ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଉଛି। ବଙ୍ଗୋପସାଗରରେ ୨ଟି ସିଷ୍ଟମ ରହିଛି, ଏକାଠି ହେଲେ ଭୀଷଣ ବାତ୍ୟା ହୋଇପାରେ।
Ad..
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ, ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ। ପ୍ରାୟ ୧୦୦୦ କିମି ଦୂରରେ ଅଛି ସମ୍ଭାବ୍ୟ ବାତ୍ୟା । ଯଦି କିଛି ସ୍ପଷ୍ଟ ଚିତ୍ର ଆସେ ଅନ୍ୟ ପ୍ରସ୍ତୁତି କରାଯିବ।
Ad..
Edited by k.s thakur...
Tags:
Bhubaneswar
cyclone
latest news
latest update
minister Suresh pujhari
odisha daily current affairs
odisha news





