ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନର ଧାରଣା, ଗେଟ ଓ ଅଫିସରେ ତାଲା ମାରିଲେ...
ରାଉରକେଲା,୨୪/୧୧ : ଆଠ ଦଫା ଦାବି ପୂରଣ କରିବା ଦାବିରେ ଆଜି ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି।
Ad..
ରାଉରକେଲା ସେକ୍ଟର ୨୧ ନୟାବଜ଼ାରସ୍ଥିତ ସରକାରୀ ହୋମିଓପାଥି କଲେଜ ଛାତ୍ରଛାତ୍ରୀମାନେ ଅଫିସ ଓ ଗେଟରେ ତାଲା ମାରି ଧାରଣାରେ ବସିଛନ୍ତି।
Ad..
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବି ମଧ୍ୟରେ ରହିଛି ଅଧିକସଂଖ୍ୟକ ସ୍ଥାୟୀ ଆୟୂଷ ଡାକ୍ତର ପଦବି ସୃଷ୍ଟି କରିବା, ପିଜି ଓ ପିଏଚଡି ସିଟ୍ ବୃଦ୍ଧି, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ଅନ୍ତର୍ଭୁକ୍ତ।
Ad..
ତାଲା ବନ୍ଦ ଯୋଗୁ ମେଡିକାଲ କଲେଜ ଓ ଡାକ୍ତଖାନାରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ଉତ୍ତେଜନାକୁ ଦୃଷ୍ଟିରେ ରଖି କଲେଜ ଆଗରେ ପୁଲିସ ମୁତୟନ କରାଯାଇଛି।
Ad..
Edited by k.s thakur...





