ରୟାଲସ୍ ଦଳ କୁ ରୋମାଞ୍ଚକ ମ୍ୟାଚ ରେ ୨ ରନ ରୁ ପରାସ୍ତ କରି ସାହାରା ଦଳ ବିଜୟୀ...

ରୟାଲସ୍ ଦଳ କୁ ରୋମାଞ୍ଚକ ମ୍ୟାଚ ରେ ୨ ରନ ରୁ ପରାସ୍ତ କରି ସାହାରା ଦଳ ବିଜୟୀ...


କଣ୍ଟାବାଞ୍ଜି,୧୨/୧୧ : ଆରଏସଆରଏସ କ୍ଳବ ଦ୍ୱାରା ପଞ୍ଛମ ଥର ପାଇଁ ସ୍ଥାନୀୟ କଣ୍ଟାବାଞ୍ଜି ରେଲୱେ ଖେଲ ପଡିଆ ରେ ଆୟୋଜିତ ଲୋକାଲ ଲିଗ କ୍ରିକେଟ ଟୁର୍ନାମେଣ୍ଟ ର ଶୁଭାରମ୍ଭ ହୋଇଛି।

Ad..


ଏହି ଟୁର୍ନାମେଣ୍ଟ ରେ ରେକର୍ଡ ୧୫ ଟି ଲୋକାଲ ଦଳ ଭାଗ ନେଇଛନ୍ତି।ପ୍ରଥମ ଦିନ ରେ ସାହାରା ଦଳ ଓ ରୟଲସ୍ ରିଭଲିଉସନ ଦଳ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ସାହାରା ଦଳ ଏହି ରୋମାଞ୍ଚକ ମ୍ୟଚରେ ରୟଲସ୍ ଦଳ କୁ ୨ ରନ ରୁ ପରାସ୍ତ କରିଛି।

Ad..


ଦୀପକ ହାତୀ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଗଲା। ଅମ୍ପାୟରିଂର ଦାୟିତ୍ୱ ତୁଳାଇ ଥିଲେ ମୁହମ୍ମଦ ଶାହାବାଜ ଖାନ, ବେଣୁଧର ସେଠ ଓ ମିଥୁନ ତାଣ୍ଡି। ସ୍କୋରର ର ଦାୟିତ୍ୱ ତୁଳାଇଥିଲେ ଜିତେଶ ବଗର୍ତି ଏବଂ ଭାସ୍ୟାକାର ଭାବେ ଶିବା ତାଣ୍ଡି ଏବଂ ହେପି ୟାଦବ ଥିଲେ। 

Ad..


ଏହି ମ୍ୟାଚ ଆରମ୍ଭ ପୂର୍ବ ରୁ ସ୍ବର୍ଗୀୟ ମୁରଲୀ ଭୁକ୍ତାଙ୍କ ଅମର ଆତ୍ମା ର ଶାନ୍ତି ଏବଂ ସଦଗତି ପାଇଁ ଦୁଇ ମିନଟ ପାଇଁ ପ୍ରାର୍ଥନା କରାଯାଇଥିଲା।ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆନିଆ ଜିମ ର ମାଲିକ ଏବଂ ସମାଜସେବୀ ରାଜେଶ ରାଓ ଏବଂ ସମ୍ମାନିତ ଅତିଥି ଭାବେ ଯୁଗଳ କିଶୋର ଶବର ଥିଲେ। 

Ad..


ଏହି ଟୁର୍ନାମେଣ୍ଟ କୁ ସଫଳ କରିବା ପାଇଁ ସ୍ମିଥ ଦଳେଇ, ସମୀର ପଟନାୟକ, ବେଣୁଧର ସେଠ, ଶିବରାଜ ପାଣିଗ୍ରାହୀ, ଆରିଫ ମହମ୍ମଦ, ଅବଦୁଲ ରେହାନ, ସମୀର ଖାନ, ବାଦଲ ହାତୀ, ରାଜପାଲ ସିଂ...

Ad..


ମିଥୁନ ତାଣ୍ଡି, ଶ୍ୟାମ ବଚ୍ଛା, ଚରଣ କୁମାର, ଶିବେକ ସୁନା ଓ ଦୁବରାଜ ନାୟକ ନିଜ ନିଜ ଦାୟିତ୍ୱ ତୁଲାଇ ଥିଲେ।




Edited by k.s thakur...

Post a Comment

Previous Post Next Post