ନୂଆପଡ଼ା ଉପନିର୍ବାଚନ ସଂପନ୍ନ, EVMରେ ସିଲ୍ ହେଲା ପ୍ରାର୍ଥିୀଙ୍କ ଭାଗ୍ୟ; ସନ୍ଧ୍ୟା ୫ଟା ସୁଦ୍ଧା ୭୮.୪୮ ପ୍ରତିଶତ ମତଦାନ...
ନୂଆପଡା,୧୧/୧୧(ବିଜୟ କୁମାର ସାହୁ) : ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଛି। ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
Ad..
ଏଥିସହ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ସରିଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୮.୪୮ ପ୍ରତିଶତ ଭୋଟିଂ ହୋଇଛି। ଏଥିସହ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
Ad..
ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥି ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୯ହଜାର ୪୯୫ ମହିଳା ଭୋଟର ଥିଲେ।
Ad..
ସେହିଭଳି ୮୫ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ୧ ହଜାର ୭୮୬ ହୋଇଥିବା ବେଳେ ୯ ହଜାର ୪୨୯ ଯୁବ ଭୋଟର ଥିଲେ । ୨ ହଜାର ୯୮୮ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୨୧ଜଣ ଥାର୍ଡ଼ ଜେଣ୍ଡର ଭୋଟର ଥିଲେ।
Ad..
୩୫୮ଟି ମତଦାନ କେନ୍ଦ୍ରରେ ଭୋଟିଂ ଦେଇଛନ୍ତି ଭୋଟର।ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ସମସ୍ତ ବୁଥରେ ଓ୍ବେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Ad..
୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସକାଳ ୭ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ଶେଷ ହୋଇଛି।ନୂଆପଡ଼ା ଉପନିର୍ବାଚନରେ ଏଥର ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି।
ବିଜେପି ପକ୍ଷରୁ ଜୟ ଢୋଲକିଆ ନିର୍ବାଚନ ଲଢୁଥିବା ବେଳେ ବିଜେଡି ପକ୍ଷରୁ ମଇଦାନରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ। କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ନିର୍ବାଚନ ଲଢିଛନ୍ତି।
Report : Bijay ku sahu
Edited by k.s thakur...
Tags:
latest news
latest update
nuapada
nuapada by election
odisha daily current affairs
odisha news
voting






