ଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା...

ଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା...


ନବରଙ୍ଗପୁର,୧୧/୧୧ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଂଚାୟତର ପୁରୁଣାପାଣିଗୁଡାରେ ଥିବା ଘରୋଇ ଛାତ୍ରାବାସ ମିରାକଲ ଖ୍ରୀଷ୍ଠୀୟାନ ବୋର୍ଡିଂ ସ୍କୁଲରେ ଅନ୍ତେବାସୀ ୧୦ବର୍ଷର ଝିଅ ଲିପସା କନ୍ଧପାନଙ୍କର ମୃତ୍ୟୁ ହୋଇଛି। 

Ad..


କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଝୋଡିଗୁଡ଼ା ଗାଁର ବାବୁଲା କନ୍ଧପାନଙ୍କ ଝିଅ ମୃତ ଲିପସା। ଗତକାଲି ରାତିରେ ଲିପସାଙ୍କୁ ଜ୍ବର ହୋଇଥିବା ଦେଖି ଛାତ୍ରାବାସର କର୍ମଚାରୀମାନେ ପାରାସିଟମଲ ଔଷଧ ଦେଇଥିଲେ।
Ad..


ସକାଳୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇକି ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡିଏଚଏଚ୍‌ ପକ୍ଷରୁ ନବରଙ୍ଗପୁର ଥାନାକୁ ସୂଚନା ଦିଆଯାଇଥିଲା। ନବରଙ୍ଗପୁର ପୁଲିସ ଶବବ୍ୟାବଛେଦ କରିବାକୁ କହିବାରୁ ପରିବାରବର୍ଗ ନ କରିବାକୁ କହି ପାଟିତୁଣ୍ଡ କରିଥିଲେ। 

Ad..


ପୁଲିସ ବହୁ ବୁଝାସୁଝା କରିବା ପ‌ରେ ପରିବାରବର୍ଗ ଶବବ୍ୟାବଛେଦ ପାଇଁ ରାଜି ହୋଇଥିଲେ। ଟାଉନଥାନା ପକ୍ଷରୁ ସବଇନିସପକ୍ଟେର କାର୍ତ୍ତିକ ଗୁଣ୍ଟା ମାମଲାର ତଦନ୍ତ କରି ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ।

Ad..


ଅପରପକ୍ଷରେ ଏହି ସୂଚନା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ପାଇବା ପରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ ଆଦିଙ୍କ ଟିମ୍ ଯାଇ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। 

Ad..


ଏଡିଇଓ କେଶବ ମେହେର, ବିଇଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ସିଡବ୍ଲୁସି (ଜିଲ୍ଲା ଶିଶୁ କଲ୍ୟାଣ କମିଟି) ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶିନୀ, ସଭ୍ୟ ଅନିତା ହୋତା, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ସନ୍ତୋଷ ଷଡଙ୍ଗୀ ପ୍ରମୁଖ ‌ଯାଇ ତଦନ୍ତ କରିଥିଲେ। 

ବୋର୍ଡିଂ ସ୍କୁଲଟି ତାରାଗାଁର ମିରାକେଲ ଚାରିଟେବୁଲ ଟ୍ରଷ୍ଟ ନାଁରେ ସୋସାଇଟି ଆକ୍ଟରେ ପଂଜୀକୃତ କରି ପରିଚାଳିତ ହେଉଥିବା କାଗଜ ଟିମକୁ ଦେଖାଇଥିଲେ।ବୋର୍ଡିଂ ସ୍କୁଲ ଖୋଲିବାପାଇଁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ କୌଣସି ଅନୁମତି ପତ୍ର ଦେଖାଇପାରିନଥିଲେ। 

ସ୍କୁଲ ପକ୍ଷରୁ ଆବେଦନ କରାଯାଇଥିବା କୁହାଯାଇଥିଲା। ସ୍କୁଲର ଅବହେଳାରୁ ଅନ୍ତେବାସୀ ଛାତ୍ରୀର ମୃତ୍ୟୁ ହୋଇଥିବା ଜାଣି ସିଡବ୍ଲୁସିକୁ ଉକ୍ତ ବୋର୍ଡିଂ ସ୍କୁଲର ପରିଚାଳକ ତଥା ‌ଅନ୍ତୋବସୀର ଅଧିକ୍ଷକଙ୍କ  ନାଁରେ ଏତଲା ଦେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି। 

ଜିଲ୍ଲାର ସମସ୍ତ ବ୍ଲକରେ ଏଭଳି ଚାଳିଥିବା ସମସ୍ତ ଘରୋଇ ବୋର୍ଡିଂ ସ୍କୁଲ, ଡେକେୟାର କେନ୍ଦ୍ର ଆଦିର କାଗଜପତ୍ର ଯାଂଚ କରିବାକୁ ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବୋର୍ଡିଂ ସ୍କୁଲ, ଡେ କେୟାର ସେଣ୍ଟରର ଅନୁମତି ନଥିବ ତୁରନ୍ତ ସେ ସବୁକୁ ବନ୍ଦ କରିବାକୁ ଡିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେ‌ଶ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post