ଶାନ୍ତିଶୃଙ୍ଖଳା ସହ ବିପୁଳ ସଂଖ୍ୟାରେ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି...
ନୂଆପଡା/ଭୁବନେଶ୍ଵର,୧୨/୧୧: ଗତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ କାରଣରୁ ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହୋଇଛି।
Ad..
ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଭୋଟଦାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଚନା ଅନୁଯାୟୀ ଆଜି ସୁଦ୍ଧା ରେକର୍ଡ ସଂଖ୍ୟାରେ ୮୧.୭୨ ପ୍ରତିଶତ ଭୋଟଦାନ ହୋଇଛି।
Ad..
ଗତକାଲି ନିର୍ବାଚନ ଯେଉଁ ଭାବେ ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ଭାବେ ସଂପାଦନା ହୋଇଛି ଏବଂ ଏଥିପାଇଁ ନୂଆପଡାବାସ ବାସୀ ଯେଉଁ ସହଯୋଗ କରିଛନ୍ତି, ସେଥିପାଇଁ ସେମାନେ ଅଶେଷ ଅଶେଷ ଧନ୍ୟବାଦର ପାତ୍ର। ସଚେତନ ନାଗରିକ ଭାବେ ଗଣତନ୍ତ୍ରର ମହାନ ପର୍ବରେ ନିଜକୁ ସାମିଲ କରି ରେକର୍ଡ ପରିମାଣର ମତଦାନ କରିଥିବାରୁ ଅନେକ ନକ ଅନେକ ଶୁଭେଚ୍ଛା ।
Ad..
ଏଥ୍ ସହ ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ଵରେ ଥିବା ସମସ୍ତ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର, ନିର୍ବାଚନ ଚନ ଅଧିକାରୀ, ସୁରକ୍ଷା ଦାୟୀତ୍ଵରେ ଥିବା ସମସ୍ତ ପୋଲିସକର୍ମୀ ଓ ଅଧୂକାରୀ ଏବଂ ଗଣମାଧ୍ଯମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
Ad..
ଆଦର୍ଶ ଓ ରେକର୍ଡ ସଂଖ୍ୟାରେ ମତଦାନ ଏବଂ ବୁଥ ବାହୁଡା ମତରୁ ବିଜେପିର ବିପୁଳ ବିଜୟକୁ ସ୍ପଷ୍ଟ କରିଛି । ବିଜେପି ଆପ ବିଚାରଧାରା ଆଧାରରେ ଏହି ନିର୍ବାଚନକୁ ଆମେ ଲଢିଛୁ ବୋଲି କହିବା ସହିତ ଏଥିପାଇଁ ଯୋଗଦାନ କରିଥିବା ହଜାର ହଜାର କାଯ୍ୟକର୍ତ୍ତାଙ୍କୁ ମଧ୍ୟ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି ।
Ad..
ନିଜ ନିଶ୍ଚିତ ପରାଜୟକୁ ଦେଖି ବିରୋଧୀ ଦଳଗୁଡିକ ଭୟଭୀତ ହେବା ସହିତ ଭୋଟ ଚୋରୀର ମିଥ୍ୟା ଅ ଅଭିଯୋଗ କରୁଛନ୍ତି। ପରାଜୟର ସମୀକ୍ଷା ନକରି ମିଛଠାରେ ଅଭିଯୋଗ କରୁଛନ୍ତି।ବିଜେପି ଗତ ୮ ଟା ଉପନିର୍ବାଚନରୁ ୭ଟିରେ ପରାଜୟ ହୋଇଥିଲା।
ପରାଜୟ କାରଣର ସମୀକ୍ଷା କରିଥିଲା, ବିଧୂ ବ୍ୟବସ୍ଥା ଉପରେ ଦୋଷ ଦାଷ ଲଦୁନଥିଲା । ଭୁଲ ତୃଟିକୁ ସୁଧାରି ଶେଷରେ ବିଜୟୀ ହେଲା। ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ସରକାର ଗଢିଲା। ଅନ୍ୟପଟେ ଉଭୟ ବିଜେଡି ଓ କଂଗ୍ରେସ ଦଳ ଅନେକ ବର୍ଷ ଧରି ଶାସନରେ ରହିବା କାରଣରୁ କ୍ଷମତାର ହ୍ୟାଙ୍ଗ ଓଭର ଛାଡିପାରୁ ନାହାନ୍ତି।
ପରାଜୟକୁ ସହ୍ୟ କରିପାରୁନାହାନ୍ତି । ଅଯଥାରେ ତଥ୍ୟବିହୀନ ଅଭିଯୋଗ କରି ବିଭ୍ରାନ୍ତ କରିବାର ଅପପ୍ରୟାସ ଜାରୀ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ପାଢୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...






