ସାଂସଦଙ୍କ ସହିତ ରେଳ ଉପଭୋକ୍ତା ସଂଘର ଆଲୋଚନା...
ବରଗଡ଼,୩୦/୧୧(ବିଜୟ କୁମାର ସାହୁ): ଗତକାଲି ବରଗଡ଼ ପୁସ୍ତକ ମେଳାର ଉଦଯାପନୀ ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ଏହି ସୁଯୋଗରେ ବରଗଡ଼ ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ମାନ୍ୟବର ସାଂସଦଙ୍କୁ ସାକ୍ଷାତ କରିଥିଲା।
Ad..
ପୂର୍ବରୁ ତାଙ୍କ ନେତୃତ୍ଵରେ ଭୁବନେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ବିଭିନ୍ନ ଦାବି ଜଣାଇଥିବା ତଥା ରେଳବାଇ ପକ୍ଷରୁ ଏହାର ନକାରାତ୍ମକ ଉତ୍ତର ବିଷୟରେ ଆଲୋଚନା କରିଥିଲେ।
Ad..
ବରଗଡ଼ରୁ ଭୁଵନେଶ୍ବରକୁ ସକାଳୁଆ ଇଣ୍ଟରସିଟି ଚଳାଇବା ପାଇଁ ତଥା ବିଶାଖାପାଟଣାରୁ ଅମୃତସର ଭାୟା ଟିଟିଲାଗଡ, ବରଗଡ଼ ଓ ସମ୍ବଲପୁର ସପ୍ତାହରେ ଚାରିଦିନ ଟ୍ରେନ ଚଳାଚଳ ପାଇଁ ଦାବି ଜଣାଯାଇଥିଲା।
Ad..
ଏହାର ଉତ୍ତରରେ ବିଭିନ୍ନ ଅସୁବିଧା ଦର୍ଶାଇ ଉକ୍ତ ଦୁଇ ଟ୍ରେନର ଚଳାଚଳ ସମ୍ଭବ ନୁହେଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଚିଠି ମାଧ୍ୟମରେ ସଂଘକୁ ଜଣାଇଛନ୍ତି। ବରଗଡ଼ବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସଂଘ ଏହି ଦୁଇଟି ଦାବିକୁ ବାରମ୍ବାର ଉତ୍ଥାପନ କରି ଆସୁଅଛି ଏବଂ ପ୍ରତ୍ୟେକ ଥର ରେଳବିଭାଗ ବିଭିନ୍ନ ଆଳ ଦେଖାଇ ଏହାକୁ ଅଗ୍ରାହ୍ୟ କରି ଆସୁଅଛି।
Ad..
ତେଣୁ ବରଗଡ଼ ରେଳ ଉପଭୋକ୍ତା ସଂଘ ଏହି ନ୍ୟାଯ୍ୟ ଦାବିର ସମାଧାନ ପାଇଁ ଶେଷପନ୍ଥା ରେଳ-ରୋକୋ ଆନ୍ଦୋଳନ କରିବା ପାଇଁ ସ୍ଥିର କରିଛି। କିନ୍ତୁ, ଯେହେତୁ ସାଂସଦଙ୍କ ନେତୃତ୍ୱରେ ସଂଘ ଭୁବନେଶ୍ୱର ବୈଠକରେ ଭାଗ ନେଇଥିଲା, ତେଣୁ,ଏହାର ଆଶୁ ସମାଧାନ ପାଇଁ ମାନ୍ୟବର ସାଂସଦଙ୍କ ସହିତ ଆଲୋଚନା କରାଯାଇଥିଲା।
ମାନ୍ୟବର ସାଂସଦ ରେଳମନ୍ତ୍ରୀ ତଥା ରେଲୱେ ବୋର୍ଡର ଚେୟାରମେନଙ୍କୁ ଭେଟି ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ସେ ପର୍ଯ୍ୟନ୍ତ ରେଳ ରୋକୋ ଭଳି ପଦକ୍ଷେପ ନ ନେବାକୁ ସଂଘକୁ ଅନୁରୋଧ କରିଥିଲେ।
ସଂଘ ମଧ୍ୟ ମାନନୀୟ ସାଂସଦଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବର୍ତ୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛି। ତେବେ ଯଦି ଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ନିଆ ନ ଯାଏ, ତେବେ ବାଧ୍ୟହୋଇ ରେଳରୋକୋ କରାଯିବ ବୋଲି ସ୍ଥିର କରାଯାଇଛି।
ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ, ଅଭୟ କୁମାର ଭୋଇ, ଉଦ୍ଧବ ଚରଣ ବେହେରା ଓ ଦେବୀ ପଟ୍ଟନାୟକ ତଥା ସ୍ଥାନୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଦସ୍ୟ ପରେଶ ବିଶି ଏହି ଆଲୋଚନାରେ ଭାଗ ନେଇଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
mp pradeep purohit
odisha daily current affairs
odisha news





