ସାନମୂଲା ମହିମା ଆଶ୍ରମର ବାବା ଲକ୍ଷ୍ମଣାନନ୍ଦ ଦାସଙ୍କ ଦେହାନ୍ତ...

ସାନମୂଲା ମହିମା ଆଶ୍ରମର ବାବା ଲକ୍ଷ୍ମଣାନନ୍ଦ ଦାସଙ୍କ ଦେହାନ୍ତ...


କଣ୍ଟାବାଞ୍ଜି,୩୦/୧୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଅନ୍ତର୍ଗତ ସାନମୂଳା ଗାଁରେ ଥିବା ମହିମା ଆଶ୍ରମ ରେ ଦୀର୍ଘ ୪୫ ବର୍ଷ ଧରି ରହି ଆସୁଥିବା ବାବା ଲକ୍ଷ୍ମଣାନନ୍ଦ ଦାସ ଙ୍କ ଦେହାନ୍ତ ହୋଇଯାଇଛି। 

Ad..


ଏଥିରେ ପୁଟୁପଡା ମଠର ମଠାଧୀଶ କିଶୋରଚନ୍ଦ୍ର ଦାସ ବାବା,ମୁରିବାହାଲ ଅଞ୍ଚଳ ର ବାବା ସୁଶୀଲ ଦାସ,ବ୍ରହ୍ମାନନ୍ଦ ବାବା ଙ୍କ ସହ ପଶ୍ଚିମ ଓଡିଶା ର ସମସ୍ତ ସାଧୁ ଭକ୍ତ ମାନେ ଆସି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। 

        Ad..


ସେ ଜଣେ ଜଣାସୁଣା ବାବା ଥିଲେ। ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ଯାଇ ଘୃତାହିତ ତଥା ଘିଅ ପୋଡ଼ା କରି ଆସୁଥିଲେ। 

Ad..


ବିଭିନ୍ନ ସଭା କାର୍ଯ୍ୟ ବୈଠକ କରି ଆସୁଥିଲେ। ତାଙ୍କର ବିୟୋଗ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।ତାଙ୍କର ବିୟୋଗ ହେବା ପରେ ବହୁ ଭକ୍ତ ମାନେ ଆସି ଶେଷ ଦର୍ଶନ କରିଥିଲେ।

Ad..





Edited by k.s thakur...

Post a Comment

Previous Post Next Post