ନୂଆପଡ଼ା ଉପନିର୍ବାଚନ : ଲଖନା ପଞ୍ଚାୟତ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ମାରାଥନ ପ୍ରଚାର ଅଭିଯାନ...

ନୂଆପଡ଼ା ଉପନିର୍ବାଚନ : ଲଖନା ପଞ୍ଚାୟତ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ମାରାଥନ ପ୍ରଚାର ଅଭିଯାନ...


ନୂଆପଡ଼ା,୦୭/୧୧(ବିଜୟ କୁମାର ସାହୁ) : ନୂଆପଡ଼ା ଉପନିର୍ବାଚନ ପ୍ରଚାର ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ରାଜୁଭାଇ ଢୋଲକିଆ ଙ୍କ ନିଧନ ପରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। 

Ad..


ଆସନ୍ତା ୧୧ ତାରିଖ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ର ଲଖନା ପଞ୍ଚାୟତ ର ସମସ୍ତ ଗ୍ରାମ ରେ ଦିର୍ଘ ଦିନ ଧରି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ତୋଫାନୀ ପ୍ରଚାର ଯୋରଧରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଗାଁ, ଗାଁ, ପଡା ପଡା ବୁଲି ପ୍ରଚାର ଚଳାଇଛନ୍ତି।

    Ad..


ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟଙ୍କଧର ତ୍ରିପାଠୀ ଙ୍କ ଉଦ୍ୟମ ରେ ଲଖନା ପଞ୍ଚାୟତ ର ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଗାଁ ଗାଁ ଘର ଘର ବୁଲି ପ୍ରଚାର ଅଭିଯାନ ରେ ସାମିଲ ଅଛନ୍ତି। 

Ad..


ଆଜି ଲଖନା ର ପୁରୁଣା ବସ୍ତିରେ ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ଅଲମ୍ପିକ୍ସ ଓଡ଼ିଶାର ଅଧ୍ୟକ୍ଷ ସମୀର ମହାନ୍ତି, ବିଜେପି ଯୁବନେତା ପ୍ରିତେଶ ବହିଦାର, ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ , ପୂର୍ବତନ ସରପଂଚ ଗୁଡୁ ଜେନା...

Ad..


ପ୍ରମୁଖ ବିରାଟ ଶୋଭାଯାତ୍ରାରେ ଗାଁ ବୁଲି ଘରେ ଘରେ ପ୍ରଚାର କରିଥିବା ବେଳେ ଗାଁ ର ଅନୁଷ୍ଠିତ ଉପନିର୍ବାଚନୀ ସଭାରେ ଯୋଗଦାନ ଦେଇଥିଲେ। ଡବଲ ଇଞ୍ଜିନ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଏଥର ନୂଆପଡ଼ା କୁ ସାମିଲ କରି ଜୟ ଙ୍କୁ ବିଧାନସଭା ପଠାଇବାରେ...

Ad..


ଲଖନା ପଞ୍ଚାୟତବାସୀ ଙ୍କ ସଂପୂର୍ଣ୍ଣ ଅବଦାନ ରହୁ ବୋଲି ଜନସାଧାରଣ ଙ୍କୁ ସମ୍ବୋଧନ କରି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post