ବିଜେପି ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି: ନବୀନ ପଟ୍ଟନାୟକ...
ନୂଆପଡ଼ା,୦୭/୧୧ : ନୂଆପଡ଼ା ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ଏବେ ଜୋରଦାର ପ୍ରଚାରରେ ଲାଗିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଆଜି ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
Ad..
ଖରିଆର ରୋଡରେ ଆଜି ନବୀନ ରୋଡ ଶୋ’ କରିଛନ୍ତି। ସ୍ବତନ୍ତ୍ର ବସରେ ବସି ପ୍ରଚାର କରୁଛନ୍ତି ନବୀନ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ଭୋଟ୍ ମାଗୁଛନ୍ତି।
Ad..
ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ। ଆଜି ଦ୍ୱିତୀୟ ଥର ପାଇଁ ସେ ନୂଆପଡା ଯାଇ ପ୍ରଚାର କରିଛନ୍ତି ।
Ad..
ନୂଆପଡା ପରକୋଡ଼ରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି ମିଛ ପ୍ରତିଶ୍ରୁତିର ଏ ସରକାର। ୫ଶହ ଦିନର ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ରାଜ୍ୟରେ ବିକାଶ ପୂରା ବନ୍ଦ ହୋଇଯାଇଛି। ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ ।
Ad..
ନବୀନ ଆଉ ମଧ୍ୟ କହିଛନ୍ତି ରାଜ୍ୟ ସରକାର କହିଥିବା ୩୦୦ ୟୁନିଟ ମାଗଣା ବିଜୁଳି ଆଉ ସମସ୍ତଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ କେବେ ମିଳିବ । ଏହା ସହ ଯୁବକଙ୍କୁ ଚାକିରି ଓ ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି ?
Ad..
ନବୀନ ଆଉ ମଧ୍ୟ କହିଛନ୍ତି ବିଏସକେଓ୍ବାଇରେ ସମସ୍ତଙ୍କୁ ସୁବିଧା ମିଳୁଥିଲା କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ସରକାର ଭୋଟ ଚୋରି କରିକି ସରକାର କରିପାରିବେ, ପ୍ରାର୍ଥୀ ବି ଚୋରି କରିପାରିବେ କିନ୍ତୁ ଭୋଟ ପାଇବେ ନାହିଁ।
ଆପଣ ଓ ମୋ ସହ ବିଜେପି କେମିତି ବେଇମାନି କରିଛି ଆପଣ ଜାଣିଛନ୍ତି। ଏଥିପାଇଁ ବିଜୁ ମହିଳା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ୧୧ ତାରିଖରେ ଭୋଟରେ ଆପଣ ଏହାର ଜବାବ ଦେବେ।
Edited by k.s thakur...
Tags:
ex cm Nabin patnaik
latest news
latest update
nuapada
nuapada by election
odisha daily current affairs
odisha news
prachar
road show
target BJP






