ନୂଆପଡ଼ା ଉପନିର୍ବାଚନ ; ଲଖନା ପଂଚାୟତର ବିଭିନ୍ନ ପଡ଼ାରେ ଭାରତୀୟ ଜନତା ପାର୍ଟି ର ପଦଯାତ୍ରା...
ବରଗଡ଼/ନୂଆପଡା,୦୭/୧୧(ବିଜୟ କୁମାର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଜିଲ୍ଲାର ବଞ୍ଜାରି ମଣ୍ଡଳ ଅନ୍ତର୍ଗତ ଲଖନା ପଂଚାୟତର ବିଭିନ୍ନ ପଡ଼ାରେ ବିଜେପି ତରଫରୁ ବିସ୍ତୃତ ପଦଯାତ୍ରା ଏବଂ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଇଯାଇଛି।
Ad..
ଲଖନା ବୁଥ ନଂ–୨୨୨ ଅଧୀନ ରେ ଥିବା ମେଣ୍ଢାଟାଲର କଟାପଡ଼ା, ଗୌଡ଼ପଡ଼ା, ପୂଜାରୀପଡ଼ା ଏବଂ ଡେଡେଙ୍ଗା ସହିତ ୱାର୍ଡ ନଂ–୯ ରେ ଦଳୀୟ ନେତୃମଣ୍ଡଳୀ ଙ୍କ ସହ ଜନସାଧାରଣ ବହୁମାତ୍ରାରେ ଯୋଗଦେଇ ଘରେ–ଘରେ ଜନସଂପର୍କ ସ୍ଥାପନ କରି ବିଜେପି ପ୍ରାର୍ଥୀ ଢୋଲକିଆ ଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ।
Ad..
ଡେଡେଙ୍ଗାରେ ବିରାଟ ପଦଯାତ୍ରା ସହିତ ସଭା ଅନୁଷ୍ଠିତ ହୋଇ ଦଳର ନୀତି, ସଙ୍କଳ୍ପ ଏବଂ ଭବିଷ୍ୟତ ଯୋଜନା ସହ ଅଂଚଳ ର ଜନସାଧାରଣ ଓ ସ୍ଥାନୀୟ ଅଂଚଳର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।
Ad..
ଲଖନା ମୁଖ୍ୟ ବଜାର ଅଞ୍ଚଳରେ ଆୟୋଜିତ ବିଶାଳ ପଦଯାତ୍ରାରେ ମାନ୍ୟବର ଓଡ଼ିଶା ସରକାର ଙ୍କ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଶ୍ରୀ ଅଭିନନ୍ଦନ ପଣ୍ଡା ପ୍ରମୁଖ ଙ୍କ ଉପସ୍ଥିତିରେ...
Ad..
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜନସାଧାରଣଙ୍କୁ ସମ୍ବୋଧନ କରି ଉଦବୋଧନ ଦେବାସହ ଅଂଚଳ ର ଜନସାଧାରଣ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ ଜଣାଇଥିଲେ ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
nuapada
nuapada by election
odisha daily current affairs
odisha news






