ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ...


ବଙ୍ଗୋମୁଣ୍ଡା,୧୬/୧୧ : ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଠେମରା ପଞ୍ଚାୟତର ଜାମତରା ଗ୍ରାମ ଠାରେ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। 

Ad..


ସାମ୍ବାଦିକ ମାନେ ଗ୍ରାମାଞ୍ଚଲର ସମସ୍ୟାର ଖବର ନିରନ୍ତର ଭାବେ  ସରକାର ଓ ପ୍ରଶାସନ ଠାରେ ପହଁଞ୍ଚାଇଥାନ୍ତି।ଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା। 

Ad..


ଗତ କିଛି ବର୍ଷ ହେବ ଖବର ପ୍ରକାଶନ ପରେ ମଧ୍ୟ  ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉନାହାନ୍ତି ।ପ୍ରଶାସନିକ ଅଧିକାରୀ ଙ୍କ ସ୍ଥାଣୁତା ଉଦବେଗଜନକ। ସାମ୍ବାଦିକଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ।

Ad..


ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତ ପ୍ରକାଶ ପାଇଥିଲା ।ସମ୍ପାଦକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ।

Ad..


ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପଭାପତି ଅନିଲ ତ୍ରିପାଠୀ,କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ,ସୁଶାନ୍ତ ଥନାପତି,ରାଧେଶ୍ୟାମ ମେହେର,ନିତ୍ୟାନନ୍ଦ ପୃଷେଠ ପ୍ରମୁଖ  ଉପସ୍ଥିତ ଥିଲେ। 




Edited by k.s thakur...

Post a Comment

Previous Post Next Post