ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ କଳାକାର ଚୟନ ପ୍ରକିୟା ଚାଲିଛି...
ବରଗଡ଼,୧୬/୧୧(ବିଜୟ କୁମାର ସାହୁ): ଆସନ୍ତା ଡ଼ିସେମ୍ବର ୨୪ ତାରିଖ ରୁ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି।
Ad..
ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଧନୁଯାତ୍ରା ନିମନ୍ତେ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।
Ad..
ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଉଛି। ସ୍ଥାନୀୟ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଶନିବାରରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
Ad..
ଶନିବାର ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ କଳାକାର ଚୟନ ରହିଛି । କଳାକାରମାନେ ବିଚାରକଙ୍କ ସମ୍ମୁଖରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରୁଛନ୍ତି।
Ad..
ଆସନ୍ତା ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବକୁ ରହିଛି। ପ୍ରଥମ ଦିନ ଧନୁଯାତ୍ରାର ଚୟନ ପ୍ରକିୟା ରେ ବିଭିନ୍ନ ଭୂମିକା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ସଂଖ୍ୟା ହେଲା
1. ନାରଦ - 18
2. ବସୁଦେବ - 25
3. ଅକ୍ରୁର - 17
4. ମୁଷ୍ଟିକ - 13
5. ସାର୍ତକି - 11
6. ଉଗ୍ରସେନ - 10
7. ଚାଣୁର - 10
8. ଦେବକୀ - 09 ଜଣଙ୍କ ଚୟନ ପ୍ରକିୟା ସମାପନ ହୋଇଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
dhanu jatra 2025
latest news
latest update
odisha daily current affairs
odisha news





