ଘର ପାଖରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ; ନିଗମାନନ୍ଦ ବିହାରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର...
ବରଗଡ଼,୧୬/୧୧(ବିଜୟ କୁମାର ସାହୁ ): ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧ ନିଗମାନନ୍ଦ ବିହାର ଉନ୍ନୟନ କମିଟି ଓ ହେମ ଲତା ପାଥୋ ଲାବ ଆଣ୍ଡ ହେଲ୍ଥ କେୟାର ର ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି।
Ad..
ଉନ୍ନୟନ କମିଟି ର ସଭାପତି ସଦାଶିବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଟିକେଲାଲ ସାହୁ ଉପ ସଭାପତି ଅର୍ଜୁନ ସେଟ୍ ,ନବୀନ ସାବତ,ମୃତ୍ୟୁଞ୍ଜୟ ମିଶ୍ର ପ୍ରଦୀପ ସାହୁ,ବାନଙ୍କା ବିହାରି ସାହୁ ପ୍ରକାଶ ମାଝୀ,ପ୍ରମୁଖ ଉପସ୍ଥିତ ରହି ଏହି ଶିବିର କୁ ଉଦ୍ଘାଟନ କରିଥିଲେ।
Ad..
ଏହି ଶିବିର ରେ ୧୫୫ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିବିର ରେ ରକ୍ତ ନମୂନା ସଂଗ୍ରହ କରାଯାଇ ବିଭିନ୍ନ ଉପାଦେୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା ।
Ad..
ଏହି ଅବସର ରେ ନିଗମାନନ୍ଦ ବିହାର ବାସିନ୍ଦା ଡ ଅଜୟ କୁମାର ବିଶି ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ହେମଲତା ପାଥୋ ଲାବ୍ ପକ୍ଷରୁ ସୌମ୍ୟ ପୃଷ୍ଟି,ଏ ଏସ ଏମ ବିଶ୍ଵ ରଞ୍ଜନ ମିଶ୍ର,ଡି ଏମ ଏଲ ଟି, କେଦାର ଧାରୁଆ,ସମ୍ଭୁ ନାଥ ସୁନା...
Ad..
ଦୀପିକା ମୁଗ୍ରୀ ପ୍ରମୁଖ ରକ୍ତ ନମୂନା ସଂଗ୍ରହ ଓ ପରୀକ୍ଷା ରେ ସହଯୋଗ କରିଥିବା ବେଳେ ପଡ଼ା ବାସୀ ଙ୍କ ତରଫରୁ କାର୍ଯ୍ୟକ୍ରମ ପରି ଚାଳନାରେ ପ୍ରମୋଦ ସାହୁ,ହେମନ୍ତ ପ୍ରଧାନ , ତରଣୀ ସେନ ଦେବତା,କୁଞ୍ଜ ଭୋଇ,ନୀଳକଣ୍ଠ ସାହୁ, ଜଗବନ୍ଧୁ ନାଏକ,କ୍ଷିରୋଦ ଜେନା ଶରତ ଦାଶ ପ୍ରମୁଖ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...





