ବଙ୍ଗୋମୁଣ୍ଡାରେ ଶିକ୍ଷୟତ୍ରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ- ଗ୍ଲାଡିଏଟର ଟିମ୍ ଚାମ୍ପିଆନ...
ବଙ୍ଗୋମୁଣ୍ଡା,୧୫/୧୧: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଭାରତୀୟ ଇଂରାଜୀ ମିଡିୟମ ସ୍କୁଲ ପକ୍ଷରୁ ଚାଲିଥିବା ଶିକ୍ଷୟତ୍ରୀ କୁମାରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ ଉଦଯାପିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମେ ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ପରେ ଖେଳ ଆରମ୍ଭ ହୋଇଥିଲା।
Ad..
ଏଥିରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗୀର ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଗ୍ଲାଡିଏଟର ଟିମ ଓ ଟିଚର୍ କିଙ୍ଗସ ଇଲେଭେନ ଟିମ ଫାଇନାଲ୍ ମ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିଲେ।
Ad..
ପ୍ରଥମେ ଗ୍ଲାଡିଏଟର ଟିମ ବ୍ୟାଟିଂ କରି ୮ ଓଭର ରେ ୩ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା ଜବାବ ରେ ଟିଚର୍ କିଙ୍ଗସ ଇଲେଭେନ ଟିମ ବ୍ୟାଟିଂ କରି ୮ ଓଭର ରେ ୪ ଉଇକେଟ ହରାଇ ୬୦ ରନ କରି ପରାଜିତ ହୋଇଥିଲା।
Ad..
ୟସ ଖମାରୀ ଓ ଚିନୁ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ ।ବିକାଶ ରଞ୍ଜନ ପନିକା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଉଦିତ ମେହେର ସ୍କୋର ବୋର୍ଡ ଦାୟିତ୍ବ ରେ ଥିଲେ ।ଏଥିରେ ସ୍କୁଲ ର ଶିକ୍ଷୟତ୍ରୀ କଞ୍ଜନେତ୍ରୀ ଦାସ, ସଂଘମିତ୍ରା ପଣ୍ଡା, ସୁଜାତା ବାଗ, ବେବି ହଂସ, ରିମା ସାହୁ...
Ad..
ରାଜଶ୍ରୀ ବେହେରା, ଆଇସା ତାଣ୍ଡି, ବାଗେଶ୍ରୀ ସୁଲକ୍ଷଣା ଦାସ, ସଂଯୁକ୍ତା ଚଳାନ, ଶିକ୍ଷକ ବିକାଶ ସରାଫ, ମନୋଜ ସାହୁ, ସତ୍ୟନାରାୟଣ ପୁଟେଲ, ରବୀନ୍ଦ୍ର ପୁଟେଲ, ଘନଶ୍ୟାମ ସାହୁ ପ୍ରମୁଖ ଙ୍କ ସମେତ ଅନୁଷ୍ଠାନ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।
Edited by k.s thakur...
Tags:
bangomunda
bolangir daily current affairs
latest news
latest update
odisha daily current affairs
odisha news






