ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ ଜିଲ୍ଲାର ସମସ୍ତ ବିଜେପି ବିଧାୟକ : ଚାଷୀ ମାନଙ୍କ ସ୍ବାର୍ଥରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ ଜିଲ୍ଲାର ସମସ୍ତ ବିଜେପି ବିଧାୟକ : ଚାଷୀ ମାନଙ୍କ ସ୍ବାର୍ଥରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା...


ବରଗଡ଼/ଭୁବନେଶ୍ୱର,୧୭/୧୧(ବିଜୟ କୁମାର ସାହୁ) : ବରଗଡ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି ବରଗଡ ଜିଲ୍ଲାର ବିଜେପି ବିଧାୟକ ଗଣ । 

    Ad..


ଜିଲ୍ଲାର ୪ ଜଣ ବିଜେପି ବିଧାୟକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜିଲ୍ଲାର ଚାଷୀ ମାନଙ୍କ ସ୍ୱାର୍ଥନେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। 

         Ad..


ଆଲୋଚନା ସମୟରେ ବିଧାୟକ ମାନେ କହିଥିଲେ ଯେ ବରଗଡ ଜିଲ୍ଲା ରାଜ୍ୟର ଏକ ପ୍ରମୁଖ କୃଷି ପ୍ରଧାନ ଜିଲ୍ଲା ଭାବରେ ଓଡିଶାର ଭାତହାଣ୍ଡି ଭାବେ ସୁନାମ ଅର୍ଜନ କରିଛି।

Ad.. 


ଚାଷୀ ମାନଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ବ ଆରୋପ କରି ସେମାନେ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ବାରମ୍ବାର କହିଛନ୍ତି ଯେ କୌଣସି ପ୍ରକୃତ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନାହିଁ । 

Ad..


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ମାନଙ୍କର ସ୍ବାର୍ଥ ରକ୍ଷା ହେଉଛି ରାଜ୍ୟ ସରକାରଙ୍କର ସବୁଠାରୁ ପ୍ରମୁଖ କାର୍ଯ୍ୟକ୍ରମ । ବରଗଡ ଜିଲ୍ଲା ସହିତ ରାଜ୍ୟର ସବୁ ଅଞ୍ଚଳର ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ସମସ୍ତ ବିକାଶ ଓ  କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଅଧିକାରୀ ମାନଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। 

ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ, ଭଟଲି ବିଧାୟକ  ଇରାସିସ୍ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏବଂ ବିଜେପୁର ବିଧାୟକ ସନତ୍ କୁମାର ଗଡତିଆ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post