ଚାଷୀ ପଞ୍ଜିକରଣ ର ସମସ୍ୟା ନେଇ ବରଗଡ଼ ଜିଲ୍ଲା ଭାରତୀୟ କିସାନ ସଂଘ ଯୋଗାଣ ମନ୍ତ୍ରୀ ଙ୍କୁ ଭେଟିଲେ...
ବରଗଡ଼/ଭୁବନେଶ୍ୱର,୧୭/୧୧(ବିଜୟ କୁମାର ସାହୁ): ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ ଙ୍କ ନେତୃପ୍ତ ରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତୀ ଶ୍ରୀ କୃଷଚନ୍ଦ୍ର ପାତ୍ର ଙ୍କୁ ଭେଟି ବରଗଡ଼ ଜିଲ୍ଲା ର ଚାଷୀ ପଞ୍ଜିକରଣ ସମସ୍ୟା ଉପରେ ଏକ ସ୍ୱାରକ ପତ୍ର ଦେଇ ସମସ୍ୟା ଉପରେ ଆଲୋଚନା କରିଥିଲେ।
Ad..
ମାନ୍ୟବର ମୁଖ୍ୟମନ୍ତୀ ଙ୍କୁ ଅବଗତ କରେଇ ଏକ ସକାରାତ୍ମକ ସଠିକ ସିଦ୍ଧାନ୍ତ ନେବାକୁ ମାନ୍ୟବର ମନ୍ତୀ କିସାନ ସଂଘ ର ବରଗଡ଼ କର୍ମକର୍ତା ଙ୍କୁ ଜଣେଇ ଥିଲେ। ଉକ୍ତ ସାକ୍ଷାତ କାର ରେ ସମ୍ପାଦକ ଚୈତନ୍ୟ କର୍ଣ୍ଣ...
Ad..
କୋଷାଧକ୍ଷ ଶ୍ରୀ ଭୁପାଳ ବିଶି,ଅନିଲ ବିଶ୍ୱାଳ, ରବୀନ୍ଦ୍ର ବିଶି ପ୍ରମୁଖ ଆଲୋଚନା କରିଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ସ୍ବାଇଁ ଓ କେନ୍ଦ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର ଉପସ୍ଥିତ ରହି ଥିଲେ।
Ad..
ବରଗଡ଼ ଚାଷୀ ଙ୍କ ଏହି ଗୁରତର ସମସ୍ୟା କୁ ନେଇ ବରଗଡ଼ ଜିଲ୍ଲା କମିଟି ଭୁବନେଶ୍ୱର ଠାରେ ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ଶ୍ରୀ ନିହାର ମହାନନ୍ଦ,ମାନ୍ୟବର ବିଧାୟକ ଅଶ୍ୱିନୀ ଷଡ଼ଙ୍ଘି ଙ୍କୁ ଭେଟି ଆଲୋଚନା ପରେ...
Ad..
ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଅସନ୍ତୁଷ୍ଟ ଚାଷୀ ଙ୍କର ହକ ଓ ସମାଧାନ ସକାଶେ ବରଗଡ଼ ଜିଲ୍ଲା ପ୍ରତିନିଧି ଓ ରାଜ୍ୟ କମିଟି ଆସନ୍ତା ସୋମବାର ତାରିଖ ରେ ଭେଟିବାର କାର୍ଯ୍ୟକ୍ରମ ରହିଛି।ମୋହନ ସରକାର ସବୁବେଳେ କୃଷକ ଓ କୃଷି ର ହିତ ସକାଶେ ପୂର୍ବରୁ ଭାରତୀୟ କିସାନ ସଂଘ ର ଅନୁରୋଧ କୁ ରକ୍ଷା କରି ୫ ଦିନ ପଞ୍ଜିକରଣ ର ଅବଧି ବୃଦ୍ଧି କରିଥିବାରୁ ଏହି ନ୍ୟାୟୋଜିତ ଦାବୀ କୁ ସରକାର ନିଶ୍ଚିତ ସମାଧାନ କରିବେ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ସ୍ୱାଇଁ ଗଣ ପ୍ରତିନିଧି ଙ୍କୁ ଜଣେଇଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
bharatiya Kisan sangh
Bhubaneswar
latest news
latest update
meet with cm
odisha daily current affairs
odisha news





