ଶିଶୁକୁ ହଷ୍ଟେଲ ଓ ପିତା ମାତାଙ୍କୁ ଆଶ୍ରମ ସମାନ କଥା...

ଶିଶୁକୁ ହଷ୍ଟେଲ ଓ ପିତା ମାତାଙ୍କୁ ଆଶ୍ରମ ସମାନ କଥା...


ବରଗଡ଼,୧୭/୧୧(ବିଜୟ କୁମାର ସାହୁ) : ପ୍ରତିଯୋଗିତା ମୂଳକ ଶିକ୍ଷା ଦୌଡ଼ ଆମ ମାନସିକ ସ୍ତରକୁ ସନ୍ତୁଳିତ କରିବା ସାଙ୍ଗକୁ ଆଧୁନିକ ସମାଜ ପାଇଁ ଅଭିଶାପ ସଦୃଶ ହୋଇଯାଇଛି ବୋଲି ବରଗଡ଼ ମହିଳା ସମିତି ସମାରୋହରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି। 

Ad..


୧୪ ତାରିଖ ଶିଶୁ ଦିବସ ଅବସରରେ ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର, ମୁଖ୍ୟ ଆଲୋଚକ ସ୍ୱନାମଧନ୍ୟ ଚିକିତ୍ସକ ଡ଼ା. ଅଙ୍କିତା ଦାଶ ଏବଂ ସମ୍ମାନିତ ଅତିଥି ସର୍ଦ୍ଦାର ପ୍ରିତମ ସିଂ ଅଂଶଗ୍ରହଣ କରିଥିଲେ।

         Ad..


ମୁଖ୍ୟ ଆଲୋଚକ ଡ଼ା. ଦାଶ ଶିଶୁଙ୍କ ଉତ୍ତମ ଭବିଷ୍ୟତ ଗଠନ କରିବାରେ ମହିଳାମାନଙ୍କର ଭୂମିକା ଏବଂ ଶୈଶବ ପାଳନ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି ଦର୍ଶାଇ ଏକ ଉନ୍ନତ ସମାଜ ଏବଂ ସୁଦୃଢ଼ ​​ଭବିଷ୍ୟତ ପାଇଁ ଶିଶୁମାନଙ୍କ ଶିକ୍ଷା ଏବଂ ଅଧିକାର ଉପରେ ସମସ୍ତେ ଯତ୍ନଶୀଳ ହେବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।

Ad..


ଏହି ପ୍ରସଙ୍ଗରେ ଶିକ୍ଷା ଆଳରେ ଶିଶୁକୁ ହଷ୍ଟେଲରେ ଏବଂ ଶାନ୍ତି ଖୋଜିବାକୁ ଆଳରେ ପିତା ମାତାଙ୍କୁ ବୃଦ୍ଧା ଶ୍ରମରେ ଛାଡ଼ିବା, ଉଭୟ ସମାନ ଅପରାଧ ବୋଲି ଦର୍ଶାଇ ଗତିଶୀଳ ନହୋଇ ପ୍ରଗତିଶୀଳ ହେବାକୁ ଆହ୍ଵାନ ଜଣାଇଥିଲେ।

Ad..


ମୁଖ୍ୟ ଅତିଥି ଗୀତା ମିଶ୍ର ପୁଅ ଝିଅମାନଙ୍କ ଭବିଷ୍ୟତ କିପରି ସୁନ୍ଦର ହେବ ଏବଂ ଶିକ୍ଷା ଓ ସମାନ ସୁଯୋଗ ମାଧ୍ୟମରେ ସେମାନଙ୍କୁ କିପରି ସଶକ୍ତ କରିବା ଆମ ଦେଶର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ। 

ସର୍ଦ୍ଦାର ପ୍ରିତମ ସିଂ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷିତ, ଖୁସି ଏବଂ ସହାୟକ ପରିବେଶ ପ୍ରଦାନ କରିବାର ସାଙ୍ଗକୁ ଏକ ଶକ୍ତିଶାଳୀ, ଦୟାଳୁ ଏବଂ ଦାୟିତ୍ୱବାନ ସମାଜ ଗଠନ କରିବା ଦିଗରେ ସମସ୍ତଙ୍କ ଦାୟିତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ। 

ପଦ୍ମିନୀ ସାହୁ ସଭା କାର୍ଯ୍ୟ ସଞ୍ଚାଳନ, ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ, ସମ୍ପାଦିକା ସୁଧାଂଶୁବାଳା ଦାଶ ଉଦ୍ଦେଶ୍ୟ ଜ୍ଞାପନ ଏବଂ ପରିଶେଷରେ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ହରଜୀନ୍ଦର କୌର, କନକ ପ୍ରଧାନ, ଇନ୍ଦ୍ରାଣୀ ଶତପଥୀ, ବାସନ୍ତୀ ଗଡଟିଆ, ଜୟନ୍ତୀ ପ୍ରଧାନ, କମଳିନୀ ଦାଶ, ସୁନିତା କର, ସ୍ୱାଧିନୀ ଦାଶ, ମନ୍ଦାକିନୀ ପତି, ସଂଗୀତା ଗୁପ୍ତା, ପ୍ରଣତି ପ୍ରଧାନ, ଗୀତା ଅଗ୍ରୱାଲ ଏବଂ ସଦସ୍ୟା ଗଣ ସହଯୋଗ କରିଥିଲେ। ସୁଶ୍ରୀ ଶ୍ରଦ୍ଧା ଗୁପ୍ତା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post