କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ...

କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ...


କଣ୍ଟାବାଞ୍ଜି,୧୭/୧୧ : ବଲାଙ୍ଗୀର ଜିଲ୍ଳା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ମାନେ  ଗ୍ରାମାଞ୍ଚଲର ସମସ୍ୟାର ଖବର ନିରନ୍ତର ଭାବେ  ସରକାର ଓ ପ୍ରଶାସନ ଠାରେ ପହଁଞ୍ଚାଇଥାନ୍ତି ।

Ad..


ଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା । ଗତ କିଛି ବର୍ଷ ହେବ ଖବର ପ୍ରକାଶନ ପରେ ମଧ୍ୟ  ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉନାହାନ୍ତି ।

   Ad..


ସାମ୍ବାଦିକଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ,ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ମଧ୍ୟ ହୋଉଛି ସେହି ଦିଗରେ ସରକାର କିଛି ନୂତନ ଆଇନ ଗଠନ କରିବେ ବୋଲି ଆମ ଆଶା ବୋଲି ଉପସଭାପତି ମୋହନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

   Ad..


ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତ ପ୍ରକାଶ ପାଇଥିଲା।ଉପସଭାପତି ମୋହନ ସୋନିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଶେଖ ସମିମ...

Ad..


କାର୍ଯ୍ୟକାରୀ ସଭାପତି  ଗୁରୁ ଦୟାଲ ହଂସ, କୋଷାଧ୍ୟକ୍ଷ କୀର୍ତ୍ତିକର ବାଗ, ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି, କୁଶଲ ସିଂହ ଠାକୁର, ବିନୋଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post