କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଶୋକସଭା ଅନୁଷ୍ଠିତ :ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ଦାବି...
କଣ୍ଟାବାଞ୍ଜି,୨୨/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟାଳୟ ଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗରେ ସଭାପତି ବ୍ରଜ ଶ୍ୟାମ ଗୁରୁ ଙ୍କ ସଭାପତିତ୍ବରେ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି।
Ad..
ମାଟିର ଏକ ଉଜ୍ଜ୍ୱଳ ତାରକା ହେଉଛି ହ୍ୟୁମାନ ତାଙ୍କ ମୃତ୍ୟୁ ପରେ ଆମେ ବହୁ ଦୁଃଖିତ ଓ ମର୍ମାହତ। ଏହି ଅଞ୍ଚଳ ନାଁକୁ ରାଜ୍ୟସ୍ତରରେ ସବୁ ବେଳେ ହ୍ୟୁମାନ ରଖିଥିଲେ।
Ad..
ଆଜି ଆମ ଅଞ୍ଚଳ ର ଆଜି ତାର ଏକ ଅନେକ ପ୍ରତିଭାର ଏକ ତାରକା କୁ ହରାଇଛି। ତାଙ୍କ ଏହି ଶୂନ୍ୟ ସ୍ଥାନ କିଏ ମଧ୍ୟ ପୁରଣ କରି ପାରିବେ ନାହିଁ। ହ୍ୟୁମାନଙ୍କ ମୃତ୍ୟୁ ସରକାର ନଜର ଦେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ କମିଟି ସରକାର ଙ୍କୁ ଦାବୀ କରିଛି।
Ad..
ଏହି ଶୋଭାଯାତ୍ରା ରେ ସମ୍ପାଦକ ବେଦବ୍ୟାସ ନାଗ, ଦିନେଶ ମାହାନନ୍ଦ, ତୁଳସୀ ରାମ ଜଗତ, ପୁଷ୍ପ ବେହେରା,ନିଶିକାନ୍ତ ମାହାପତ୍ର, ରୋହନ କୁମାର ମହତ,ରାଜୁ ବାରିକ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝି, ପ୍ରକାଶ ପ୍ରଧାନ,ରାଜୁ ଶର୍ମା, ବସନ୍ତ ଭିତିରିଆ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
human Sagar
kantabanji
latest news
latest update
matir mahotsav
odisha daily current affairs
odisha news
sok sabha





