ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା; ସିକନ୍ଦର ଆଲାମ ଗିରଫ...

ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା; ସିକନ୍ଦର ଆଲାମ ଗିରଫ...


ଭୁବନେଶ୍ଵର,୨୨/୧୧ : ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଆଜି ଜଗତସିଂହପୁର ପୋଲିସ ଯାଜପୁରରୁ ଗିରଫ କରିଛି । ସିକନ୍ଦର ଠାରୁ ପାସ୍‌ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରି ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୋଲିସ।

Ad..


ସୂଚନା ଅନୁଯାୟୀ, ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ ତିଆରି କରି ବାଂଲାଦେଶରୁ ଗଳା ବାଟରେ ଲୋକଙ୍କୁ ଭାରତ ଆଣୁଥିଲା, ଜଗତସିଂହପୁରରେ ଥଇଥାନ କରୁଥିଲା ସିକନ୍ଦର ଆଲାମ ।

     Ad..


ପୂର୍ବରୁ ବେହେରାମପୁର ଓ ସାତପୁରା ଧନିପୁର ବସ୍ତିରେ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ବେଆଇନ୍ ଘର ଭାଙ୍ଗିଥିଲା ହେଲେ କାର୍ପଟଦାର ସିକନ୍ଦର ଆଲାମ ଖସି ପଳାଇଥିଲା । ତାକୁ ଧରିବାକୁ ପୋଲିସ ଏକାଧିକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା।

Ad..


ସିକନ୍ଦର ମାନବ ଚାଲାଣ ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ସହ ବାଂଲାଦେଶୀଙ୍କୁ ଆଶ୍ରୟ ଦେଉଥିଲା । ସିକନ୍ଦରକୁ କେଉଁ ଦେଶରୁ ଅର୍ଥ ଆସୁଥିଲା, କେଉଁ ବ୍ୟକ୍ତି ବିଶେଷ ବା ସଂଗଠନରୁ ଅର୍ଥ ଆସୁଥିଲା, ପୋଲିସ ତାହାର ‌ଖୋଳତାଡ଼ କରୁଛି ।

Ad..





Edited by k.s thakur...

Post a Comment

Previous Post Next Post