ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ...

ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ...


ଭୁବନେଶ୍ଵର,୨୩/୧୧ : ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ । ସାମାନ୍ୟ ଝଗଡ଼ାରୁ ଛୁରିରେ ଯୁବତୀଙ୍କ ବେକ କାଟି ଦେଲା ଯୁବକ।

Ad..



ଏହା ପରେ ଯୁବକକୁ କାବୁ କରି ଚନ୍ଦ୍ରଶେଖରପୁର ପୋଲିସ୍ ଜିମା ଦେଲେ ଲୋକେ ।ଅନ୍ୟପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

         Ad..


ଉଭୟଙ୍କ ଘର ଦାର୍ଜିଲିଂ ଅଞ୍ଚଳରେ ହୋଇଥିବାବେଳେ ଭୁବନେଶ୍ୱରରେ ମୋମୋ ଦୋକାନ ଦେଇଥିଲେ। ସେପଟେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Ad..


ସୂଚନା ଅନୁଯାୟୀ ପାର୍କ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ଝଗଡାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଯୁବକ ଜଣକ ଉତକ୍ଷିପ୍ତ ହୋଇ ଛୁରୀରେ ଯୁବତୀଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା। 

Ad..


ପରେ କିଛି ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ କାବୁ କରି ଚନ୍ଦ୍ରଶେଖରପୁର ପୁଲିସର ଜିମା ଦେଇଛନ୍ତି।




Edited by k.s thakur...

Post a Comment

Previous Post Next Post