ବେଆଇନ ବାଲି ଚୋରା ଚାଲାଣ,୯ ହାଇୱା ଜବତ...
ବଣାଇଗଡ଼,୨୩/୧୧ : ବଣାଇଁ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟାର ବନେଇକଳା ଘାଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବାବେଳେ ୯ ଟି ହାଇୱା ଗାଡ଼ିକୁ ଜବତ୍ କରିଛି ବଣାଇଁ ପୁଲିସ।
Ad..
ଗତ କିଛି ଦିନ ତଳେ ବାଲି ଚୋରା ଚାଲାଣ ରୋକିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ବିଭାଗ ଓ ପୁଲିସ ତତ୍ପର ହୋଇ ଉଠିଛନ୍ତି।
Ad..
ଗତକାଲି ରାତିରେ ବଣାଇଁ ପୁଲିସ ପକ୍ଷରୁ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରାତି କାଳିନ ପେଟ୍ରୋଲିଂରେ ବାହାରି ଥିବା ବେଳେ ବଣାଇଁ ବ୍ରାହ୍ମଣୀ ନଦୀ ଶଯ୍ୟାର ବିଭିନ୍ନ ବାଲି ଘାଟ ଗୁଡ଼ିକରେ ଅତର୍କିତ ଚଢ଼ାଉ କରିଥିଲେ।
Ad..
ଏହି ସମୟରେ ଲିଜଧାରୀ ଦୁର୍ଗା ମାଧବ ମିଶ୍ରଙ୍କ ନାଁରେ ଥିବା ବନେଇକଳା ଘାଟରୁ ୯ ଟି ହାଇୱାରେ ବାଲି ବୋଝେଇ ହୋଇ ପରିବହନ ନିମନ୍ତେ ଯିବା ବେଳେ ପୁଲିସ ସମସ୍ତ ଗାଡି ଗୁଡ଼ିକୁ ଅଟକ ରଖି କାଗଜ ପତ୍ର ଯାଞ୍ଚ୍ କରିଥିଲା। ଗାଡ଼ିରେ ଚାଲାଣ କାଗଜପତ୍ର ବୈଧ ନଥିବା ବେଳେ ସେସବୁ ଗାଡି ଗୁଡ଼ିକ ନକଲି ଟିପି ବ୍ୟବହାର କରି ବାଲି ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା।
Ad..
ଯାହା ଫଳରେ ପୁଲିସ ସବୁ ଗାଡି ଗୁଡ଼ିକୁ ଜବତ କରି ବଣାଇଁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବିଳମ୍ୱିତ ରାତିରେ କେତେକ ଡ଼୍ରାଇଭର ଗାଡି ଗୁଡ଼ିକ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗୋଡେଇ ଧରିଥିଲା।
ଏପରିକି ବନେଇକେଲା ରୁ ବଣାଇଁ ଥାନାକୁ ଆସିବା ବେଳେ ଜଣେ ଡ୍ରାଇଭର ଜକୈକଳା ନିକଟରେ ଗାଡ଼ିକୁ ଅଟକାଇ ଲକ୍ କରି ଫେରାର ହୋଇଯାଇଥିବା ବେଳେ ସେଠାରେ ଜଣେ ପୁଲିସ ଗାଡିଟିକୁ ଜଗି ରହିଥିବା ଜଣାପଡିଛି। ସମସ୍ତ ଗାଡି ଗୁଡ଼ିକ ଦେବଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ମାଲିକମାନଙ୍କ ମନରେ ଛନକା ପଶିଯାଇଛି।
ପ୍ରକାଶ ଥାଉକି ବଣାଇ ତହସିଲ ଅଧିନରେ ଥିବା ତେଣ୍ଡରା, ବନେଇକଳା , ଜାଙ୍ଗଳା ବାଲି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ତେବେ ନିଲାମ ନେଇଥିବା ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ହାତରେ ଘାଟ ଦାୟିତ୍ୱ ଦେଇଥିବାରୁ ଚୋରି ବୃଦ୍ଧି ପାଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଯାହା ଫଳରେ ବାଲି ଘାଟ ରୁ ପ୍ରତ୍ୟେକ ଦିନ କେତେ ପରିମାଣର ବାଲି ଯାଉଛି କାହା ପାଖରେ ହିସାବ ନଥିବା କୁହାଯାଉଛି । ତେଣୁ ବଣାଇଁ ଅଞ୍ଚଳର ବାଲି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।
Edited by k.s thakur...





