ଅମ୍ବାଭୋନାବ୍ଳକ ବିଡିଓଙ୍କ ମନମାନୀ ! ଅସମ୍ମାନ ଓ ପାତର ଅନ୍ତର ଅଭିଯୋଗ ଆଣିଲା ଜୟ ଜଗନ୍ନାଥ କଳା ପରିଷଦ...

ଅମ୍ବାଭୋନାବ୍ଳକ ବିଡିଓଙ୍କ ମନମାନୀ ! ଅସମ୍ମାନ  ଓ ପାତର ଅନ୍ତର ଅଭିଯୋଗ ଆଣିଲା ଜୟ ଜଗନ୍ନାଥ କଳା ପରିଷଦ...


ଅମ୍ବାଭୋନା,୨୨/୧୧(ବିଜୟ କୁମାର ସାହୁ): ରାଜ୍ଯ ସରକାର କଳାକାର ଙ୍କୁ ମୁଖ୍ଯ ସ୍ରୋତ ରେ ସାମିଲ କରାଯିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। 

Ad..


ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚିହ୍ନଟ କଳାକାରମାନଙ୍କୁ ସମ୍ମାନ ସହ ବଞ୍ଚିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା ବେଳେ ଅମ୍ବାଭୋନାବ୍ଳକ ର କଳାକାର ଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଅଣଦେଖା ଓ ପକ୍ଷପାତିତା ମନୋଭାବ ରଖିଥିବା ଅଭିଯୋଗ ହୋଇଛି। 

      Ad..


ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ର ସକ୍ରିୟ ସଙ୍ଗଠନ ଭାବେ ପରିଚିତ ଜୟ ଜଗନ୍ନାଥ ସଂଗୀତ ଓ  କଳା ପରିଷଦ ର କଳାକାର ମାନଙ୍କୁ ଅମ୍ବାଭୋନା ବିଡିଓଙ୍କ ଅସମ୍ମାନ ଓ ଅଣଦେଖା ତଥା ପାତର ଅନ୍ତର କରିଥିବା ଅଭିଯୋଗ କରି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ଯ, ବରଗଡ଼ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। 

Ad..


ଅମ୍ବାଭୋନାବ୍ଳକ ରେ ମୁଖ୍ଯମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଭୁକ୍ତ କଳାକାର ହିତାଧିକାରୀଙ୍କୁ  ଜୀବିତ ପ୍ରମାଣ ପତ୍ର  ସରକାରୀ ଗେଜେଟେଡ ଅଧିକାରୀଙ୍କ ସ୍ବାକ୍ଷର ପାଇଁ ଅମ୍ବାଭୋନାବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଲଳିତ  ବାଗ ଙ୍କ ଦ୍ବାରସ୍ଥ ହୋଇ ଏକ ପ୍ରତିନିଧି ଦଳ ନିବେଦନ କରିଥିଲେ।

Ad..


ମାତ୍ର ଅମ୍ବାଭୋନା ବିଡିଓ କଳାକାର ମାନଙ୍କୁ ଅଣଦେଖା , ଉପେକ୍ଷା ଓ ପାନ୍ତର ଅନ୍ତର ନୀତି କରି ଅପମାନିତ କରିଥିଲେ। ଯାହାକି ଜୀବିତ ପ୍ରମାଣ ପତ୍ର ରେ ଆଟେଷ୍ଟଟ କରିବାକୁ ସରକାରୀ ଚିଠି କିମ୍ବା ନିର୍ଦ୍ଦେଶ ରହିଛି ତାହା ଦେଖାଇବାକୁ କହିଥିଲେ। ଯାହା ଅମ୍ବାଭୋନାବ୍ଳକ କଳାକାର ସଂଗଠନ ତଥା ଜୟ ଜଗନ୍ନାଥ ସଂଗୀତ କଳା ପରିଷଦ ସଭ୍ଯ ମାନଙ୍କୁ ବହୁତ କରିଥିଲା । 

ବିଡିଓଙ୍କ ଏପରି ଆଚରଣ ଯୋଗୁଁ ସେମାନେ ଅସମ୍ମାନିତ ଓ ଅପମାନିତ ବୋଧ କରି ଫେରି ଆସିଥିଲେ। ଗୋଟିଏ ପଟେ  ପଞ୍ଜିକୃତ ଅନୁଷ୍ଠାନକୁ ହେୟ ମନେ କରି ଫେରାଇ ଦେଇଥିବା ବେଳେ ପରବର୍ତ୍ତୀ ଦିନ ଅର୍ଥାତ ୧୩।୧୧।୨୫ ଗୁରୁବାର ଦିନ କେଉଁ ଆଧାରରେ ଅନ୍ଯ ଜଣେ ବ୍ଯକ୍ତି ବିଶେଷଙ୍କୁ ଗୁରୁତ୍ୱ ଦେଇ କଳାକାର ଜୀବିତ ପ୍ରମାଣ ପତ୍ର ଅମ୍ବାଭୋନାବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଲଳିତ ବାଗ ଆଟେଷ୍ଟଟ କଲେ ତାହା ତଦନ୍ତ ସାପେକ୍ଷ ।

ଅମ୍ବାଭୋନାବ୍ଳକ ବିଡିଓ ଡ ଲଳିତ  ବାଗ ଙ୍କ ଏପରି ନକାରତ୍ମକ ଚିନ୍ତାଧାରା , ଆଚରଣ, ଉଚ୍ଚାରଣ ତଥା ମନମୁଖି ଓ ପାନ୍ତର ଅନ୍ତର ନୀତି ସମୀକ୍ଷା ପୂର୍ବକ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅମ୍ବାଭୋନା ବ୍ଳକର ସମସ୍ତ କଳାକାର ଓ ମୁଖ୍ଯମନ୍ତ୍ରୀ  କଳାକାର ସହାୟତା  ଯୋଜନା ହିତାଧିକାରୀ ଗଣ ଦାବି କରିଛନ୍ତି।

ବରଗଡ଼ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଯତ୍ନବାନ ହେବାକୁ ସେମାନେ ନିବେଦନ କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post