ଜାନୁୟାରୀ ୧୫ ତାରିଖ ହେବ ରାଜ୍ୟସ୍ତରୀୟ ସଙ୍କୀର୍ତ୍ତନ ମହୋତ୍ସବ...

ଜାନୁୟାରୀ ୧୫ ତାରିଖ ହେବ ରାଜ୍ୟସ୍ତରୀୟ ସଙ୍କୀର୍ତ୍ତନ ମହୋତ୍ସବ... 


ବରଗଡ଼,୨୨/୧୧(ବିଜୟ କୁମାର ସାହୁ): ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଖଜୁର ଟିକ୍ରା ପାତ୍ର କଲ୍ୟାଣ ମଣ୍ଡପ ଠାରେ ପରିଷଦ ର ସଭାପତି ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ରେ ରାଜ୍ୟ ସ୍ତରୀୟ ସଙ୍କୀର୍ତ୍ତନ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
Ad..


ସମ୍ପାଦକ ପଣ୍ଡିତ ଜୟ ଦେବ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ରାଜଧାନୀ ଠାରେ ରାଜ୍ୟ ସ୍ତରୀୟ ସଙ୍କୀର୍ତ୍ତନ ମହୋତ୍ସବ ଆୟୋଜନ ପ୍ରସ୍ତାବ ଆଗତ କରିଥିଲେ । 

        Ad..


ଆସନ୍ତା ଜାନୁୟାରୀ ମାସ ୧୫ ତାରିଖ ଭୁବନେଶ୍ୱର ଜୟଦେବ ଭବନ ଠାରେ ଏହି ସମାବେଶ ଆୟୋଜିତ ହେବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଶତାଧିକ ସଙ୍କୀର୍ତ୍ତନ ଭକ୍ତ ଏହି ମହୋତ୍ସବ ରେ ଅଂଶ ଗ୍ରହଣ କରିବେ ଓ ସଂପ୍ରତି ରାଜ୍ୟ ରେ ସଙ୍କୀର୍ତ୍ତନ ସଂସ୍କୃତି ରେ ଦେଖା ଦେଇଥିବା ଅପସଂସ୍କୃତି କୁ ବିରୋଧ କରାଯିବା ସହିତ ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ।

Ad..


ଏହି ଅବସର ରେ ସଙ୍କୀର୍ତ୍ତନ ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ଙ୍କୁ  ସମ୍ବର୍ଧନା ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ଏଥି ସହିତ ସମସ୍ତ ସଙ୍କୀର୍ତ୍ତନ ଭକ୍ତ ଶ୍ରୀ ଜଗନ୍ନାଥ ପୁରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ଜଗନ୍ନାଥ ଙ୍କ ଆଶୀର୍ବାଦ କାମନା କରିବେ।

Ad..


ଏହି ବୈଠକ ରେ ବାବା ରାମ ନାରାୟଣ ଦାସ,ଲଳିତ ମୋହନ ପଣ୍ଡା,ଲଳିତ ଭୋଇ,ରାମଚନ୍ଦ୍ର ସାହୁ ,ଗୌର ସାହୁ,ପଞ୍ଚାନନ ବାଗ,ଅର୍ଜୁନ ସେଟ୍,ମୀନ କେତନ ମେହେର,ନିଲ ମାଧବ ଦେବତା,ତ୍ରିଲୋଚନ ପ୍ରଧାନ,ଶିବ ନାରାୟଣ ଭୋଇ, ଦଖଳ ବାରିକ ସୁଶିଲ ଠାକୁର ,ଭରତ ପ୍ରଧାନ,ଭୀମ ସେନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସମାବେଶ ର ସଫଳ ରୂପାୟନ ପାଇଁ ମତାମତ ଉପସ୍ଥାପନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post