ତୁରେକେଲା ବ୍ଲକରେ ହାତୀ ଉପଦ୍ରବ ; ଚାରପାଣି ଗାଁରେ ଚାଷୀଙ୍କ ଧାନ ନଷ୍ଟ...

ତୁରେକେଲା ବ୍ଲକରେ ହାତୀ ଉପଦ୍ରବ ; ଚାରପାଣି ଗାଁରେ ଚାଷୀଙ୍କ ଧାନ ନଷ୍ଟ...


କଣ୍ଟାବାଞ୍ଜି,୨୬/୧୧ : ତୁରେକେଲା ବ୍ଲକ ବଙ୍ଗୋମୁଣ୍ଡା ବନ ବିଭାଗ ଅନ୍ତର୍ଗତ ଚାରପାଣି ଗାଁରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଆତଙ୍କିତ। ଗତରାତିରେ ଆସିଥିବା ହାତୀପଲ ଅନେକ ଚାଷୀଙ୍କ ଧାନକ୍ଷେତକୁ ପଶି ଦଳି ମାଡ଼ ନଷ୍ଟ କରି ଦେଇଥିବା ଜଣାପଡ଼ିଛି।

Ad..


ଚାଷୀ ରମାଞ୍ଚ ସଗ୍ରିଆ, ଦେବାର୍ଚ୍ଚନ ସଗ୍ରିଆ, ପରମାନନ୍ଦ ଭୋଇ, ଭୋଳ ବଛା ଓ ଅନ୍ୟ କୃଷକମାନେ ହାତୀ ଉପଦ୍ରବରେ ଅଧିକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି। ଚାଷୀମାନେ କହିଛନ୍ତି ଯେ, ହାତୀମାନେ ଧାନଗଛକୁ ଖାଇ ଓ ମାଡ଼ିଦେଇ ବିପୁଳ କ୍ଷତି କରିଛନ୍ତି।
         Ad..

ଜୀବିକାର ମୂଳ ଆଧାର ଥିବା ଧାନକ୍ଷେତ ନଷ୍ଟ ହେବାରୁ ସେମାନେ ଅତ୍ୟନ୍ତ ଚିନ୍ତିତ। ଗ୍ରାମବାସୀମାନେ ବନ ବିଭାଗଙ୍କୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି। 

Ad..


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ବିଗତ କିଛି ସପ୍ତାହ ଧରି ହାତୀ ଉପଦ୍ରବ ବଢ଼ିଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି।

Ad..


ଚାଷୀମାନେ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଯଦି ହାତୀ ମାନଙ୍କ ଗତିବିଧିରେ ରୋକ ଲଗାନଯାଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ।



Edited by k.s thakur...

Post a Comment

Previous Post Next Post