ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ...
କଣ୍ଟାବାଞ୍ଜି,୨୬/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରୁ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଚାଲାଣ କରିବା ପାଇଁ ଅନେକ ରାସ୍ତା ଥିବା ବେଳେ ନିରନ୍ତର ଭାଭେ ରେଳବାଇ ରାସ୍ତା କୁ ସୁବିଧାଜନକ ମାନେ କରି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହୋଇଆସୁଛି।
Ad..
ବିଭିନ୍ନ ସମୟରେ ରେଳବାଇ ପୋଲିସ ଓ ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରି ତସ୍କର ମାନଙ୍କୁ ଧରିବାରେ ସଫଳ ହୋଇଥାନ୍ତି।
Ad..
ଗତ କାଲି କଣ୍ଟାବାଞ୍ଜି ପ୍ଲାଟଫର୍ମ-୧ ବିଶାଖାପାଟଣା- କୋର୍ବା ଏକପ୍ରେସ ଟ୍ରେନରେ ଯିବା ପାଇଁ ଫୁଟ ଓଭର ବ୍ରିଜ ନିକଟରେ ଅପେକ୍ଷା କରିଥିବା ଜଣେ ଯୁବକଙ୍କ କାର୍ଯ୍ୟକଳାପ ଉପରେ ଜିଆରପି, ଆରପିଏଫ୍ଓ ସିପିଡ଼ିଏଫ ଷ୍ଟାଫଙ୍କ ସନ୍ଦେହ ହୋଇଥଲା।
Ad..
ଯାଞ୍ଚରେ ଯୁବକଙ୍କ ବ୍ୟାଗରୁ ୫ କେଜି ୭୪୦ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଅତିରିକ୍ତ ତହସିଲଦାର ସୌମ୍ୟ ରଞ୍ଜନ ରାଉତଙ୍କ ଉପସ୍ଥିତି ରେ ଗଞ୍ଜେଇ କୁ ଓଜନ କରାଯାଇଥିଲା।
Ad..
ଗିରଫ ଯୁବକ ନୂଆପଡ଼ା ଜିଲ୍ଲା ଖରିଆର ଥାନା ତୁକଲା ଖଇବାହଲି ଗାଁର ଭୂପେନ୍ଦ୍ର ସାଗରିଆ(୨୦) ବୋଲି ସ୍ଥାନୀୟ ଜିଆରପି ଫାଣ୍ଡି ଅଧିକାରୀ ମକାରୁ ସାହୁ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଭୂପିନ୍ଦର ଏହି ଗଞ୍ଜେଇ ରାୟପୁର ନେଇ ସେଠାରୁ ଅନ୍ୟ ଟ୍ରେନରେ ମଧ୍ୟପ୍ରଦେଶ ବୀଣା ଯିବାର ଥିଲା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।
ଗୋଟିଏ ମାମଲା ୧୧୭/୨୦୨୫ ରୁଜୁ କରି ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି ।
Edited by k.s thakur...
Tags:
kantabanji
latest news
latest update
nabbed ganjam smuggler
odisha daily current affairs
odisha news
Railway police





