ଧାନ କିଣା ପ୍ରକ୍ରିୟାରେ ସରକାରଙ୍କ ସ୍ପଷ୍ଟିକରଣ ସମ୍ବନ୍ଧେ ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର...
ବରଗଡ଼,୨୭/୧୧(ବିଜୟ କୁମାର ସାହୁ): ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ରେ ଉଲ୍ଲେଖ କରାଯାଇ ଲେଖା ଯାଇଛି ଯେ ଆପଣ ଜାଣନ୍ତି ଓଡ଼ିଶାରେ ବିକେନ୍ଦ୍ରିତ ଧାନ ସଂଗ୍ରହ ନୀତି 2003 ମସିହାରୁ କାର୍ଯ୍ୟକାରୀ ହେଉଅଛି।
Ad..
ଯେଉଁ ନୀତି ନିୟମ ବଳରେ ଚାଷୀମାନଙ୍କ କଷ୍ଟ ଉପାର୍ଜିତ ସମସ୍ତ ଧାନ ସରକାର ସଂଗ୍ରହ କରିବା ପାଇଁ ମଣ୍ଡି, କ୍ରୟ ସଂସ୍ଥା ଏବଂ ସ୍ୱଚ୍ଛତା ପାରଦର୍ଶିତା ଆଣିବାକୁ ଅନେକ ବ୍ୟବସ୍ଥା କରନ୍ତି। କିନ୍ତୁ କାହିଁକି କେ ଜାଣେ କେବଳ ଧର୍ମକୁ ଆଖି ଠାର ନୀତିରେ ପୋଲିସି ଟାକୁ କାର୍ଯ୍ୟକାରୀ କରାଯାଉଛି।
Ad..
ପ୍ରଥମେ ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ନୀତି କାରଣରୁ ନକଲି ଚାଷୀଙ୍କୁ ଅଟକାଇବା ପରିବର୍ତ୍ତେ ପ୍ରକୃତ ଚାଷୀ ପଞ୍ଜିକରଣ ରୁ ବାଦ ପଡୁଛନ୍ତି। ଦ୍ଵିତୀୟରେ ନଭେମ୍ବର 1 ତାରିଖରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରିବା ପାଇଁ ନୀତି ନିଷ୍ପତ୍ତି ହୋଇଥିବା ବେଳେ କାହିଁକି କାହା, ସ୍ୱାର୍ଥରେ ଧାନ କିଣା ବିଳମ୍ବ କରାଯାଉଅଛି ?
Ad..
ଆମେ ରାସାୟନିକ ସାର ଏବଂ ଉନ୍ନତ ମାନର ବିହନ ଏବଂ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ଅଧିକ ଅମଳ କରୁଅଛୁ ତେଣୁ 19/13 କ୍ୟୁଣ୍ଟଲ ବ୍ୟତୀତ ବଳକା ଧାନ କିଣା ଯିବାର ବ୍ୟବସ୍ଥା କରାଯାଉ ନାହିଁ କାହିଁକି ?
Ad..
ଓଡିଶା ରାଜ୍ୟର ଭାତ ହାଣ୍ଡି ବରଗଡ଼ ଜିଲ୍ଲା 28 ନଭେମ୍ବର ରୁ ଧାନ କିଣା ଯିବାର DLPC ବୈଠକରେ ନିଷ୍ପତ୍ତି ହୋଇଅଛି ହେଲେ ବର୍ତ୍ତମାନ ସୁଦ୍ଧା ଟୋକନ ଆସିନାହିଁ ଏବଂ ଅନ୍ୟ ପଟେ ଚାଷୀମାନେ ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପକାଇ ସାରିଲେଣି ତାହାହେଲେ କଣ 28 ତାରିଖରୁ ଧାନ କିଣା ହେବ କି ନାହିଁ କୌଣସି ସ୍ୱଷ୍ଟୀକରଣ ନାହିଁ।
ଆମ ଜିଲ୍ଲାର ଚାଷୀ ନିଜର ଆବଶ୍ୟକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଦଲାଲ ମାନଙ୍କୁ ଧାନ କ୍ୟୁଣ୍ଟାଲ ପ୍ରତି 15/16 ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି। ଏହି ଜିଲ୍ଲା ପୁଣି ହୀରାକୁଦ ଜଳସେଚିତ ଅଞ୍ଚଳ ଅଟେ ଏଣୁ ଆଗୁଆ ଧାନ ଚାଷ ହୋଇ ଅମଳ ହୋଇଥାଏ ଏବଂ ବିକ୍ରି ମଧ୍ୟ ଆଗୁଆ ହୋଇଥଏ।
ଏଣୁ ବଞ୍ଚିତ ସମସ୍ତ ଚାଷୀଙ୍କର ପଞ୍ଜିକରଣ କରି ତୁରନ୍ତ ଧାନ କିଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ନ ହେଲେ ଯେ କୌଣସି ମୁହୂର୍ତ୍ତରେ ବଡଧରଣର ଆନ୍ଦୋଳନ ହେବା ସୁନିଶ୍ଚିତ ଅଟେ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ପକ୍ଷରୁ କୁହା ଯାଇଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
krushaka sangathan
latest news
latest update
letter to cm
odisha daily current affairs
odisha news





