ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ସମାପିତ...
ବରଗଡ଼,୩୦/୧୧ : ରବିବାର ଦିନ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ଉଦଯାପିତ ହୋଇ ଯାଇଅଛି।
Ad..
ଏହି ଦିବସର ଶୁଭାରମ୍ଭ ଯୋଗାଭ୍ୟାସ ଓ ପରିସର ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଛଅଟି ବ୍ଲକ୍ ରୁ ଯୋଗଦାନ କରିଥିବା ୧୨୬ଜଣ ସ୍ବେଚ୍ଛାସେବକ-ସେବିକା, ୪୦ଜଣ ସଂଯୋଜକ , ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ-ପ୍ରାଧ୍ୟାପିକା ଏବଂ ଅଧ୍ୟାପକ- ଅଧ୍ୟାପିକାଙ୍କ ମିଳିତ ସହାୟତାରେ ଯୁବ ରେଡ୍ କ୍ରସ୍ ର ସଚେତନତା ବାର୍ତ୍ତା ନେଇ ପଦ୍ମପୁର ସହର ମଧ୍ୟରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
Ad..
ପଦ୍ମପୁର ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିଶ୍ବମ୍ଭର ବିଶ୍ୱାଳ ଓ ସହକର୍ମୀ ଶିବିରର ଅନ୍ତିମ ଦିବସରେ ଯୋଗଦାନ କରି ଅଗ୍ନିର ପ୍ରକାରଭେଦ, ସଂଯୋଗର କାରଣ ଓ ତା'ର ନିରାକରଣ ସମ୍ପର୍କରେ ଦୃଷ୍ଟାନ୍ତ ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ।
Ad..
ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ପଦ୍ମପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ କୁମାରୀ ସ୍ନେହା ଆରୁଗୁଲା ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀମାନ୍ ପତିତପାବନ ସାହୁ, ଗାଇସିଲାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଓ ସହକାରୀ ପ୍ରଫେସର୍ ଶ୍ରୀମାନ ମାନଭଞ୍ଜନ ପାଣିଗ୍ରାହୀ ଯୋଗଦାନ କରି...
Ad..
ଯୁବ ରେଡ୍ କ୍ରସ୍ ପ୍ରତିଷ୍ଠାତାଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ସେବା ବିଷୟରେ ଜ୍ଞାନ ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂଯୋଜକ ପ୍ରମୋଦ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ଜିଲ୍ଲା ସଂଯୋଜକ ପରମାନନ୍ଦ ରଥ ଶିବିର ବିବରଣୀ ପାଠ କରିଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଯୋଜକ ଦୟାନିଧି ବଗର୍ତ୍ତୀ। ଶିବିରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ସ୍ୱେଚ୍ଛାସେବୀ, ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ଓ ସମସ୍ତ ସଂଯୋଜକମାନଙ୍କୁ ଅତିଥିମାନେ ସ୍ମାରକୀ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ପରିଶେଷରେ ସଂଯୋଜିକା ଡ. ମମତାମୟୀ ଗୁରୁ ଧନ୍ୟବାଦ ଦେଇଥିଲେ। ଏହି ତ୍ରିଦିବସୀୟ ଶିବିରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
red cross





