ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି...
ନୂଆପଡ଼ା,୧୦/୧୧ : ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି ।
Ad..
ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା ପ୍ରଦାନ କରିବା ସହିତ ଏହି ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମ୍ ଗୁଡିକୁ ସ୍ଥାନିତ କରିବାକୁ ଯୋଜନା କରାଯାଉଛି ବୋଲି ବିଜେଡି ଆଉଥରେ ଅଭିଯୋଗ କରିଛି।
Ad..
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ୍ ମହାନ୍ତି, ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ମହିଳା କମିସନର ମିନତୀ ବେହେରା ଓ ବିଜେଡି ଛାତ୍ର ସଭାପତି ଇପ୍ସିତା ସାହୁ, ପ୍ରଶାସନିକ ବଳର ଅପବ୍ୟବହାର କରି ବିଜେପି ଏହି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି ।
Ad..
ଲେନିନ୍ ମହାନ୍ତି କହିଛନ୍ତି, ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି କରାଯାଇଥିବା ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ରଖାଯାଇଥିବା ଇଭିଏମ ମେସିନ ଗୁଡିକ ସିସି କ୍ୟାମେରା ନଜରରେ ରଖାଯାଇଛି ।
Ad..
କିନ୍ତୁ, ଆମର ପ୍ରଶ୍ନ ହେଉଛି ଯେ, ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ରାଜରାସ୍ତାରେ ହୋଇଥିଲା ବେଳେ, ଏହି ଅଞ୍ଚଳର ସିସି ଟିଭି କାମ କରୁ ନଥିଲା । ସରକାରୀ ଖାତାରେ ସିସି ଟିଭି ଅଛିର ଅର୍ଥ ଏହା ନୁହେଁ ଯେ, ସିସି ଟିଭିର ଫୁଟେଜ ରହିଛି ।
Ad..
ଆଜି ଆମ ଦଳ ତରଫରୁ, ସିଇଓଙ୍କ ପାଖରେ ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା ପ୍ରଦାନ କରାଯାଇଛି ଏବଂ ଏହି ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମ ମେସିନ୍ ଗୁଡିକ ସ୍ଥାପିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରାଯାଇଛି ।
ସେହିପରି ସୁଲତା ଦେଓ କହିଥିଲେ, ଏହି ଉପନିର୍ବାଚନରେ ବିଜେପି ତରଫରୁ ନିୟମିତ ଭାବେ ସରକାରୀ ଦଳ ତରଫରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି, ଯାହାକୁ ବିଜେଡି ତରଫରୁ ସିଇଓଙ୍କ ପାଖରେ ବାରମ୍ବାର ଉପସ୍ଥାପନ କରାଯାଇଛି ।
ଏହାଛଡା, ଆୟକର ବିଭାଗ ଓ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଉଦ୍ଦେଶ୍ୟ ମୂଳକ ଭାବେ ବିଜେଡି ନେତାଙ୍କ ଘରେ ଚଢ଼ାଉ କରାଯାଇଛି । ଇଭିଏମ ମେସିନ ନିଆଯାଇ ତାକୁ ଷ୍ଟ୍ରଙ୍ଗ ରୁମରେ ରଖା ନଯାଇ କେଉଁ ଏକ ଅଜଣା ସ୍ଥାନରେ ରଖା ଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଏହାକୁ ଖୋଜି ବାହାର କରିବା ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ ।
ଏହା ସହ ମିନତୀ ବେହେରା ଓ ଇପ୍ସିତା ସାହୁ କହିଛନ୍ତି , ବିଜେପି ଦ୍ୱାରା କରାଯାଉଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ସହିତ ମୁକ୍ତ ଅବାଧ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଯତ୍ନବାନ ହୁଅନ୍ତୁ ।
Edited by k.s thakur...
Tags:
bjd
latest news
latest update
nuapada
nuapada by election
odisha daily current affairs
odisha news
politics
press conference






