ବରଗଡ଼ ପୁରୁଣା ମୁଖ୍ୟ ଚିକିତ୍ସାଳୟ ରେ ମିଳୁ ନାହିଁ ଶ୍ୱାସ ରୋଗ ଔଷଧ: ହସ୍ପିଟାଲ ବଞ୍ଚାଅ ଅଭିଯାନ...
ବରଗଡ଼,୧୦/୧୧(ବିଜୟ କୁମାର ସାହୁ): ବରଗଡ ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶ୍ୱାସ ରୋଗ ଔଷଧ ମିଳୁ ନାହିଁ ଏହି ପରି ଅଭିଯୋଗ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ।
Ad..
ସୋମବାର ହସ୍ପିଟାଲ ପରିଦର୍ଶନ ରେ ଯାଇ ସଦସ୍ୟ ମାନେ ଜାଣିବାକୁ ପାଇଲେ ଯେ ଗତ ଆଠ ମାସ ହେଲା ଶ୍ୱାସ ରୋଗ ର ଔଷଧ ଓ ଇନହେଲର ଉପଲବ୍ଧ ନାହିଁ। ଯେଉଁ ଔଷଧ ଗୁଡିକ ବାହାର ଦୋକାନ ରୁ କିଣିଲେ ୩୭୫ ଟଙ୍କା ଦେବାକୁ ପଡ଼ି ଥାଏ ବୋଲି ଲୋକନାଥ ପ୍ରଧାନ କହିଛନ୍ତି।
Ad..
ସେହିପରି ଅନେକ ଔଷଧ ଯଥା ରକ୍ତ ଚାପ, ଡାଏବେଟିସ ଭଳି ଔଷଧ ମଧ୍ୟ ଠିକ ରେ ମିଳୁନାହିଁ ବୋଲି ରୋଗୀ ମାନେ ଅଭିଯୋଗ କରିଛନ୍ତି। ନିରାମୟ ଯୋଜନା ରେ ହସ୍ପିଟାଲ ମଧ୍ୟରେ ସମସ୍ତ ଔଷଧ ମାଗଣା ରେ ମିଳିବା ବ୍ୟବସ୍ଥା ଥିଲେ ମଧ୍ୟ...
Ad..
ତାହା ଏହି ଡବଲ ଇଂଜିନ ସରକାର ଆସିବା ପରେ ବନ୍ଦ ହୋଇ ଯାଇଛି ବୋଲି ସାମାଜିକ କର୍ମୀ ଭବାନୀ ସାହୁ ଅଭିଯୋଗ କରିଛନ୍ତି ଓ ସମସ୍ତ ଔଷଧ ହସ୍ପିଟାଲ ରେ ଦିଆଯାଉ ବୋଲି ସରକାର ଙ୍କ ଠାରେ ଦାବୀ କରିଛନ୍ତି।
Ad..
ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ମଟାରୀ, ଗଙ୍ଗା ପୂଝାରୀ, ପ୍ରଶାନ୍ତ ନାୟକ, ଅଲିମ ରିଜଵୀ, ସୁଦାମ ସାହୁ, ଲତିଫ ଖାନ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
hospital
latest news
latest update
medicine
odisha daily current affairs
odisha news





