ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ବିଜେଡିର ଅଭିଯୋଗ ଭିତ୍ତିହୀନ: ମୁଖ୍ୟ ନିର୍ବାଚନ ଅଧିକାରୀ...
ଭୁବନେଶ୍ବର,୧୦/୧୧ : ବିଜେଡି (ବିଜୁ ଜନତା ଦଳ)ର EVM ସମ୍ପର୍କିତ ଅଭିଯୋଗକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଖଣ୍ଡନ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ସେ ଏହାର ଜବାବ ରଖି କହିଛନ୍ତି, ଗତକାଲି ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା କି ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକ ଭର୍ତ୍ତି EVM ଆସିଛି।
Ad..
ଆଉ ତାକୁ ଲୁଚାଇ ନୂଆପଡ଼ା ଜିଲ୍ଲାପାଳ ରଖିଛନ୍ତି ଭୋଟ ସରିବା ପରେ କାଢିବେ। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ, ତାହା କେବେ ବି ସମ୍ଭବ ନୁହେଁ। କାହିଁକି ନା ୩୦ଜିଲ୍ଲାରେ ଆମର EVM ପାଇଁ ୱାର ରୁମ୍ ରହିଛି।
Ad..
ପୁଲିସ ସୁରକ୍ଷାରେ ରହିଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ରହିଛି। ଆସନ୍ତାକାଲି ନୂଆପଡ଼ା ଉପ ନିର୍ବାଚନ ହେବାକୁ ଯାଉଛି।ସାମ୍ନାକୁ ଆସିଥିବା ଗୁରୁତ୍ବପୂର୍ଣ୍ଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ।
Ad..
ସେ କହିଛନ୍ତି ଯେ ନୂଆପଡ଼ା ଉପ ନିର୍ବାଚନରେ କୌଣସି ଜିଲ୍ଲାର EVM ବ୍ୟବହାର ହେବାର ନାହି , କୌଣସି ଜିଲ୍ଲାରୁ ଆସିନାହିଁ। ମୁଁ ନିଜେ କାଲି ଗଞ୍ଜାମର ୱାର ରୁମକୁ ଅନୁଧ୍ୟାନ କରିଛି। EVM ବିରୋଧରେ ଯେତିକି ଅଭିଯୋଗ ଆସିଛି ତାହା କେବେ ବି ପ୍ରମାଣିତ ହୋଇନାହିଁ।
Ad..
ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ। ନୂଆପଡ଼ା ଓ ଓଡ଼ିଶାବାସୀମାନଙ୍କୁ ମୋର ଅନୁରୋଧ ଏମିତି ମିଥ୍ୟାକୁ ବିଶ୍ୱାସ କରନ୍ତୁ ନାହିଁ। ଗତକାଲି ସନ୍ଧ୍ୟା ସୁଦ୍ଧା ନୂଆପଡ଼ାକୁ କୌଣସି EVM ଆସିନାହିଁ।
Ad..
ବିଜୁ ଜନତା ଦଳ ପକ୍ଷରୁ ଏମିତି ଏକ ଅଭିଯୋଗ କରାଯାଇଥିଲା । ମୁଁ ସେହି ଦଳକୁ ତଥ୍ୟ ଦେବାକୁ କହିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ତଥ୍ୟ ପ୍ରମାଣ ପ୍ରଦାନ କରିନାହାନ୍ତି।
ପଇସା ବଣ୍ଟନର ଭିଡିଓକୁ ମୁଁ ନିଜେ ଅନୁଧ୍ୟାନ କରିଛି ତାହା ଜିଲ୍ଲା ବାହାରର ବାହାରୁଛି ଆଉ କିଛି ୯ ତାରିଖ ପୂର୍ବର ଭିଡିଓ ବୋଲି ଜଣା ପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଇସା ବଣ୍ଟନର ଖବର ନାହିଁ।
Edited by k.s thakur...
Tags:
allegation
Bhubaneswar
bjd
chief election officer
latest news
latest update
nuapada by election
odisha daily current affairs
odisha news






