ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ ...

ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ ...


ବରଗଡ଼,୧୦/୧୦(ବିଜୟ କୁମାର ସାହୁ) : ଦୁଃଖୀ ଦରିଦ୍ର ଙ୍କ ବନ୍ଧୁ ଓ ଅସହାୟ ର ସହାୟ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ବୋଲି ରାଣାପ୍ରତାପ ସ୍କୁଲ ଠାରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଟିତ ଉତ୍କଳ ମଣି  ଗୋପବନ୍ଧୁ  ଦାସ ଙ୍କ ଜୟନ୍ତୀ ପାଳନ ଅବସର ରେ ମତ ପ୍ରକାଶ ପାଇଛି। 

Ad..


ଶିଶୁ ସାହିତ୍ୟ ସଂସଦ ର ଅଧ୍ୟକ୍ଷା ଛାତ୍ରୀ ଧରିତ୍ରୀ ରାଉତ ଙ୍କ ଅଧ୍ୟକ୍ଷତା ରେ ଓ ସମ୍ପାଦିକା ଛାତ୍ରୀ ଶାଳିନି ସା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଯୋଗ ଦେଇଥିବା ବେଳେ... 

         Ad..


ସମ୍ମାନିତ ଅତିଥି ଭାବେ  ଶିକ୍ଷକ ଅଭିଭାବକ ସଂଘ ବରିଷ୍ଟ ସଦସ୍ୟ ସୁଦର୍ଶନ ବାରିକ ,ଆଲୁମୁନି କମିଟି ସଦସ୍ୟ କପିଳ ବାଗ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଙ୍କୁ ଅସହାୟ ର ସହାୟ ଓ ଦୁଃଖୀ ଦରିଦ୍ର ଙ୍କ ବନ୍ଧୁ ଥିଲେ ବୋଲି ଅଭିହିତ କରି... 

Ad..


ତାଙ୍କ ଜୀବନୀ ଉପରେ ବିସ୍ତୃତ ଆଲୋକପାତ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ ।ଏହି ଅବସର ରେ  ଛାତ୍ର ଛାତ୍ରୀ ମାନେ ଗୋପବନ୍ଧୁ ଙ୍କ ଜୀବନୀ ଆଧାରିତ ବକ୍ତୃତା ଓ କବିତା ପାଠ କରିଥିଲେ । ସଂସଦ ର ଉପଦେଷ୍ଟା ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post