ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର...

ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର...


ପାଇକମାଳ,୧୦/୧୦(ବିଜୟ କୁମାର ସାହୁ): ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ପାଇକମାଳ ବି.ଇ.ଓ. ଅଦନ ସୁନା ଓ ପ୍ରଧାନ ବ୍ଲକ ବିଜ୍ଞାନ ସଂଚାଳକ ଭାବରେ ସମ୍ମାନିତ ଅତିଥି ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିଲେ । ଉକ୍ତ ସେମିନାର ରେ ୧୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

         Ad..


ବିଚାରକ ରୂପେ ଝାରବନ୍ଦ ବ୍ଳକର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଓ ଧ୍ରୁବ ଚରଣ ସାହୁ ଯୋଗ ଦେଇଥିଲେ। ଚୟନ ହେଇଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରିତୁ ସାହୁ ପ୍ରଥମ,ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର...

Ad..


ଭାରତୀ ଡନସନା ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ର  କ୍ଷିତିଚନ୍ଦ୍ର ମାହାର ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ପରିଶେଷରେ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post