ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିର ବାନା...
ଭୁବନେଶ୍ବର,୦୯/୧୦ : ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିର ବାନା । ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ଏପରି ହୋଇଥିବା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରର ବାନା ପୋଡ଼ି ଯାଇଛି।
Ad..
ବଜ୍ରପାତରେ କିଛି ସିସିଟିଭି ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍ ବି ପୋଡ଼ି ଯାଇଛି। ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି।
Ad..
ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି। ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି। ବାନା ପୋଡ଼ି ଯିବା ପରେ ଏଏସଆଇ ଟିମ୍ ଲିଙ୍ଗରାଜ ମନ୍ଦିରକୁ ଯାଇ ଅନୁଧ୍ୟାନ କରିଛି।
Edited by k.s thakur...
Tags:
Bhubaneswar
flag
latest news
latest update
lingraj temple
odisha daily current affairs
odisha news
thunder storm



